Latest Odisha News

ଗୋପନୀୟ ତଥ୍ୟ ଲିକ୍ ହେବା ଭୟରେ ଲାପଟପ୍ ଆମଦାନୀ ବନ୍ଦ: ପିୟୁଷ ଗୋଏଲ

ନୂଆଦିଲ୍ଲୀ: ଗୋପନୀୟତା ଉଲ୍ଲଂଘନ ବର୍ତ୍ତମାନ ବିଶ୍ୱର ଚିନ୍ତାର ବିଷୟ ପାଲଟିଛି। ଆମେରିକା ସମେତ ବିଶ୍ୱର ସମସ୍ତ ବିକଶିତ ଦେଶ ମଧ୍ୟ ଏଥିରେ ନିଜର ଚିନ୍ତା ପ୍ରକଟ କରିଛନ୍ତି। ସେପଟେ କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ଭାରତ ସରକାର ଏ ବିଷୟରେ ସଚେତନ ଅଛନ୍ତି ଏବଂ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଉଛନ୍ତି। ଏକ ପୁସ୍ତକ ରିଲିଜ୍ ବେଳେ କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ ପିୟୁଷ ଗୋଏଲ କହିଛନ୍ତି ଯେ ସୁରକ୍ଷା ଦୃଷ୍ଟିରୁ ଲାପଟପ୍ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଯାଇଛି।

ସରକାରଙ୍କ ନିଷ୍ପତ୍ତି ଯୋଗୁଁ ମୂଲ୍ୟ କିମ୍ବା ସେମାନଙ୍କ ଉପଲବ୍ଧତାରେ କୌଣସି ଅସୁବିଧା ହେବ ନାହିଁ। ଭାରତ ସରକାର ଶିଳ୍ପ ସହିତ ଜଡିତ ହେବା ଏବଂ ଅନ୍ୟାନ୍ୟ ବିକଳ୍ପ ବିଷୟରେ ବିଚାର କରିବାକୁ ପ୍ରସ୍ତୁତ ଅଛନ୍ତି। ଭାରତ ବିରୋଧୀ ଦେଶମାନଙ୍କଠାରୁ ଭାରତ ସରକାର ସତର୍କ ଅଛି। ଏହା ଏକ ଗମ୍ଭୀର ସୁରକ୍ଷା ପ୍ରସଙ୍ଗ। ଚୀନ୍ ଯୋଗୁଁ ଭାରତ ଟେସଲା ଉପରେ ପ୍ରତିବନ୍ଧକ ଲଗାଇଥିଲା। ସୁରକ୍ଷା ଦିଗରେ ଭାରତ ବହୁତ ସତର୍କ ଅଛି। ଭାରତ ନିଜକୁ ରକ୍ଷା କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବା ଆବଶ୍ୟକ।

ପୀୟୁଷ ଗୋଏଲ କହିଛନ୍ତି ଯେ ଲାପଟପ୍ ଆମର ସାଥୀ ହୋଇଛି। ଦୈନନ୍ଦିନ ଜୀବନରେ ଲାପଟପ୍ ବ୍ୟବହାର କରାଯାଏ। ଲାପଟପ୍ ଆମର ଗୋପନୀୟ ସୂଚନା ଧାରଣ କରେ। ଆମର ସମସ୍ତ ସୁବିଧା ଲାପଟପ୍‌ରେ ଅଛି। ସେଥିପାଇଁ ଗୁପ୍ତ ସୂଚନା ଲିକ୍ କରିବା ପାଇଁ ଲାପଟପ୍ ଏକ ଉତ୍ତମ ବିକଳ୍ପ। ତେଣୁ ଗୋପନୀୟ ତଥ୍ୟ ଲିକ୍ ହେବା ଭୟରେ ଲାପଟପ୍ ଆମଦାନୀ ବନ୍ଦ କରାଯାଇଛି।

ସୂଚନା ଥାଉକି କିଛି ଦିନ ପୂର୍ବେ କେନ୍ଦ୍ର ସରକାର ବିଦେଶରୁ ଆମଦାନୀ ହେଉଥିବା କମ୍ପ୍ୟୁଟର, ଲାପଟପ୍ ଓ ଟାବଲେଟ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏନେଇ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ତରଫରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ମୁତାବକ ଏହି ପ୍ରତିବନ୍ଧିତ ସାମଗ୍ରୀ ଆମଦାନୀ ପାଇଁ ବୈଦ୍ଧ ପଞ୍ଜିକରଣ କ୍ରମରେ ଅନୁମତି ଦିଆଯିବ।

Leave A Reply

Your email address will not be published.