Latest Odisha News

BREAKING NEWS

କାଲିଫୋର୍ଣ୍ଣିଆ ବିଶ୍ୱବିଦ୍ୟାଳୟରେ ହିନ୍ଦୁ, ଜୈନ ଧର୍ମର ଅଧ୍ୟୟନ ପାଇଁ ପୀଠ ସ୍ଥାପନା

ୱାଶିଂଟନ: ଆମେରିକାର କାଲିଫୋଣ୍ଣିଆ ବିଶ୍ୱବିଦ୍ୟାଳୟରେ ହିନ୍ଦୁ ଓ ଜୈନ ଧର୍ମ ଅଧ୍ୟୟନ ପାଇଁ ଏକ ପୀଠ ସ୍ଥାପନ କରାଯାଇଛି । ମଙ୍ଗଳବାର ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହା ସ୍ପଟ କରାଯାଇଛି । ୨୪ ପ୍ରବାସୀ ଭାରତୀୟ ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଛନ୍ତି । ଧାର୍ମିକ ଅଧ୍ୟୟନ କାର୍ଯ୍ୟକ୍ରମର ଏହା ଅଂଶବିଶେଷ ହେବ ।

୨୦୨୧ରେ ଜୈନ ଓ ହିନ୍ଦୁ ଧର୍ମ ପରମ୍ପରା ସହ ଜଡିତ ଥିବା ଜଣେ ପ୍ରଫେସରଙ୍କୁ ଏଥିପାଇଁ ନିଯୁକ୍ତି କରାଯିବ । ଅହିଁସା, ଧର୍ମ, ନ୍ୟାୟ, ଦର୍ଶନ, ହିନ୍ଦୁ ଜୈନ ଗ୍ରନ୍ଥ ଏବଂ ପରମ୍ପରା ମାଧ୍ୟମରେ ସମସ୍ତ ପ୍ରାଣୀ ଏବଂ ପରିବେଶ ସହ କିପରି ସମ୍ପର୍କ ସ୍ଥାପନ କରାଯାଇଛି ତାହା ଏଥିରେ ଅଧ୍ୟୟନ କରାଯିବ । ମହାତ୍ମା ଗାନ୍ଧୀ, ମାର୍ଟିନ ଲୁଥର କିଙ୍ଗ ପରି ମହାପୁରୁଷଙ୍କ ଜୀବନୀ ସହ ପିଲାମାନଙ୍କୁ ଅବଗତ କରାଯିବ ।

Leave A Reply

Your email address will not be published.