Latest Odisha News

BREAKING NEWS

[ଭିଡ଼ିଓ] ପୋଲିସକୁ ଅପରାଧିଙ୍କ ଖୋଲା ଚ୍ୟାଲେଞ୍ଜ,ରାଜରାସ୍ତାରେ ଚାଲିଛି ଲୁଟପାଟ୍; କ୍ୟାମେରାରେ କଏଦ ହେଲା ଦୃଶ୍ୟ

ଯାଜପୁର: ରାଜରାସ୍ତାରେ ଲୁଟ ଉଦ୍ୟମର ଲାଇଭ୍ ଭିଜୁଆଲ୍। ଭାଇରାଲ ହେଉଛି ଭିଡିଓ। ଦେଖନ୍ତୁ ଏହି ଦୃଶ୍ୟକୁ। କିଭଳି ଏକ କାର କୁ ଅଟକାଇ ଲୁଟ କରିବାକୁ ଉଦ୍ୟମ କରୁଛନ୍ତି ଦୁର୍ବୃତ୍ତ। ଯାହା କାର ରେ ଲାଗିଥିବା ଡେସବୋର୍ଡ କ୍ୟାମେରାରେ କଏଦ ହୋଇଛି।

ଏ ଦୃଶ୍ୟ ହେଉଛି ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳର। ଡୁବୁରୀ ଟମକା ରାସ୍ତାର ଡୁବୁରୀ କଲେଜ ନିକଟରେ ଏଭଳି ଘଟଣା ଘଟିଛି। ସୂଚନା ମୁତାବକ ଏକ ଶିଳ୍ପ ସଂସ୍ଥାର ଜଣେ ବରିଷ୍ଠ ଅଧିକାରୀ ବିଳମ୍ବିତ ରାତିରେ ଏହି ରାସ୍ତା ଦେଇ ଯାଉଥିବା ସମୟରେ ଡୁବୁରୀ କଲେଜ ନିକଟରେ ୫/୬ ଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇଥିଲେ।

ସେମାନେ ହାତରେ ଅସ୍ତ୍ରଶସ୍ତ୍ର ଧରିଥିବା ଦେଖି କାର ଚଳାଉଥିବା ବ୍ୟକ୍ତି ଜଣକ ନିଜ ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି କାର କୁ ଦୃତଗତିରେ ପଛକୁ ନେଇଆସିଥିଲେ। ଯାହାର ଦୃଶ୍ୟ କାର ରେ ଲାଗିଥିବା ଡେସବୋର୍ଡ କ୍ୟାମେରାରେ ସମ୍ପୂର୍ଣ୍ଣ କଏଦ ହୋଇଛି।

ଏହି ଭିଜୁଆଲ ଏବେ ଭାଇରାଲ ହେବାରେ ଲାଗିଛି। ତେବେ ଏପର୍ଯ୍ୟନ୍ତ ଥାନାରେ କୌଣସି ଅଭିଯୋଗ ହୋଇନାହିଁ।

 

Comments are closed.