Latest Odisha News

ପଡିଆରେ ଧକ୍କା ହୋଇଗଲେ ଅଷ୍ଟ୍ରେଲିଆର ଦୁଇ ଖେଳାଳି, ଡାକ୍ତରଖାନାରେ ଭର୍ତି

କାନବେରା: ବିଗ ବ୍ୟାଶ ଲିଗରେ ଏକ ବଡ ଧରଣର ଦୁର୍ଘଟଣା ଘଟିଛି । ଶୁକ୍ରବାର ଅନୁଷ୍ଠିତ ସିଡନୀ ଥଣ୍ଡର୍ସ ଓ ପର୍ଥ ସ୍କ୍ରଚର୍ସ ମ୍ୟାଚ ଅବସରରେ ଅଷ୍ଟ୍ରେଲିଆର ଦୁଇ ଖେଳାଳି ଫିଲ୍ଡିଂ କରୁଥିବା ବେଳେ ପରସ୍ପର ସହ ଧକ୍କା ହୋଇ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି । ତେବେ ଏହି ଦୁଇ ଖେଳାଳି ବର୍ତମାନ ସୁସ୍ଥ ଥିବା ଜଣାପଡିଛି । ସିଡନୀ ଥଣ୍ଡର ମ୍ୟାଚର ୧୬ତମ ଓଭରରେ ପର୍ଥର ବ୍ୟାଟ୍ସମ୍ୟାନ କନୋଲି ଲୋକି ଫର୍ଗୁଶନ ଏକ ବଡ ଶଟ ଖେଳିବା ପାଇଁ ଉଦ୍ୟମ କରିଥିଲେ । କ୍ୟାଚକୁ ଧରିବା ପାଇଁ ଡାନିଏଲ ସାମସ ଓ କ୍ୟାମରେନ ବାନକ୍ରଫ୍ଟ ଦୌଡିଥିଲେ ।

ଉଭୟଙ୍କ ଆଖି ବଲ ଉପରେ ଥିବାରୁ ସେମାନେ ପରସ୍ପରକୁ ଦେଖି ପାରି ନ ଥିଲେ । ଫଳରେ ଉଭୟ ଖେଳାଳି ପରସ୍ପର ଦେହରେ ପିଟି ହୋଇ ଯାଇଥିଲେ । ପେଶାଦାର ଖେଳାଳି ହେବା ସତ୍ୱେ ସେମାନେ କ୍ୟାଚ ଧରିବା ନେଇ କଲ କରି ନ ଥିଲେ । ସାମସଙ୍କ ମୁଣ୍ଡ ଦୀର୍ଘ ସମୟ ଧରି ବୁଲାଉଥିବା ବେଳେ ବାନକ୍ରଫ୍ଟଙ୍କ ନାକ ଫାଟି ଯାଇଥିଲା । ଖୁବ ଶୀଘ୍ର ସେମାନଙ୍କୁ ଡାକ୍ତରଖାନାରୁ ଛୁଟି ମିଳିଯିବ ବୋଲି ଚିକିିତ୍ସା କରୁଥିବା ଡାକ୍ତର କହିଛନ୍ତି ।

Comments are closed.