Latest Odisha News

ଚିହ୍ନ ଆସିବା ପରେ ଭୋଟରକୁ ଭେଟୁଛନ୍ତି ପ୍ରାର୍ଥୀ

ଗଞ୍ଜାମ: ଆଗକୁ ପଞ୍ଚାୟତ ନିର୍ବାଚନ । ଚିହ୍ନ ଆସିବା ପରେ ବିଭିନ୍ନ ଦଳର ପ୍ରାର୍ଥୀମାନେ ଜୋରସୋରରେ ପ୍ରସାର ପ୍ରସାର ଆରମ୍ଭ କରିଛନ୍ତି । ପ୍ରାର୍ଥୀମାନେ ସେମାନଙ୍କର ସମର୍ଥକମାନଙ୍କ ସହ ଘରକୁ ଘରବୁଲି ଭୋଟର ମାନଙ୍କୁ ଭେଟୁଛନ୍ତି । ଏହାରି ଭିତରେ ଉଚ୍ଚ ଶିକ୍ଷିତ ପ୍ରାର୍ଥୀମାନେ ଭୋଟରଙ୍କ ଅଧିକ ନିକଟତର ହେଉଥିବା ପରିଲକ୍ଷିତ ହେଉଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ବ୍ଲକରେ ।

ପ୍ରକାଶ ମହାରଥା ଛାତ୍ର ଜୀବନରୁ ରାଜନୀତିରେ ରୁଚି ରଖିଥିଲେ । ବୁଗୁଡା ପିପୁଲସ କଲେଜ ଛାତ୍ର ସଂସଦ ସଭାପତି ଭାବେ ମଧ୍ୟ ପ୍ରକାଶ ନିର୍ବାଚନ ଜିତିଥିଲେ । ଏହାପରେ ଦୀର୍ଘ ଦୁଇ ବର୍ଷ ଧରି ରାଜ୍ୟର କିଛି ପ୍ରମୁଖ ବୈଦୁତିକ ଗଣମାଧ୍ୟମ ସଂସ୍ଥାରେ କାମ କରିବା ପରେ ଏବେ ସେ ପ୍ରତ୍ୟେକ୍ଷ ଭାବେ ରାଜନୀତିକୁ ଓହ୍ଲାଇଛନ୍ତି ।

ପ୍ରକାଶ ତାଙ୍କ ମାଆଙ୍କୁ ଚଳିତ ନିର୍ବାଚନରେ ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକ ଗୌଡିଆବୋରଦା ପଞ୍ଚାୟତରୁ ସରପଞ୍ଚ ପ୍ରାର୍ଥୀନୀ ଭାବେ ନିର୍ବାଚନ ଲଢ଼ିବା ପାଇଁ ମାନଙ୍କନ ପତ୍ର ଦାଖଲ କରିଥିଲେ । ଲୋକଙ୍କ ମୌଳିକ ସମସ୍ୟାର ସମାଧାନ ପାଇଁ ବଳିଷ୍ଠ ନେତୃତ୍ବର ଅବଶ୍ୟକଥା ଥିବା ଅନୁଭବ କରି ସେ ରାଜନୀତିକୁ ଆସିଥିବା କହିଛନ୍ତି । ପ୍ରକାଶ କୁହନ୍ତି ସେ ନିଜର ଅଭିଜ୍ଞତା ଓ ସାହାସକୁ ପାଥେୟ କରି ନିର୍ବାଚନ ଜିତିବାର ଦୃଢ଼ ଆଶା ରଖିଛନ୍ତି । ଏଥିପାଇଁ ସେ ଜୋରଦାର ପ୍ରସ୍ତୁତି ମଧ୍ୟ କରି ଚାଲିଛନ୍ତି । ନିର୍ବାଚନ ଜିତିଲେ ପଞ୍ଚାୟତରେ ଥିବା ସମସ୍ତ ସମସ୍ୟାର ସମାଧାନ କରିବେ ବୋଲି ସମସ୍ତ ପ୍ରାର୍ଥୀ ଭୋଟରଙ୍କୁ ପ୍ରତିଶ୍ରୁତି ଦେଉଛନ୍ତି ।

Comments are closed.