Latest Odisha News

ଟି୨୦: ୫ ବଲରେ ୫ ୱିକେଟ ନେଇ ଚହଳ ସୃଷ୍ଟି କଲେ ଏହି ବୋଲର

ନୂଆଦିଲ୍ଲୀ:ଟି୨୦ କ୍ରିକେଟରେ ଆୟର୍ଲାଣ୍ଡର ଅଲରାଉଣ୍ଡର କର୍ଟିଶ କ୍ୟାମ୍ଫର ଚହଳ ସୃଷ୍ଟି କରିଛନ୍ତି । ପୁରୁଷ ଟି୨୦ କ୍ରିକେଟରେ ସେ ପ୍ରଥମ ବୋଲର ଭାବେ ୫ଟି ବଲରେ ୫ଟି ୱିକେଟ ନେଇଛନ୍ତି । ଇଂଟର ପ୍ରୋଭିନ୍ସନାଲ ଟି୨୦ ଟ୍ରଫିରେ ମୁଷ୍ଟର ରେଡ୍ସ ପକ୍ଷରୁ ଖେଳୁଥିବା କ୍ୟାମ୍ଫର ନର୍ଥ ଇଷ୍ଟ ୱାରିୟର୍ସ ବିପକ୍ଷରେ ଏହି ଇତିହାସ ରଚିଛନ୍ତି । ସେ ୨.୩ ଓଭରରେ ୧୬ ରନ ଦେଇ ୫ଟି ୱିକେଟ ନେଇଥିଲେ । ସେ ପ୍ରଥମେ ୧୨ତମ ଓଭରର ୫ମ ବଲରେ ଜାରେଡ ୱିଲିସନଙ୍କୁ ଆଉଟ କରିଥିଲେ । ଏହାର ପରବର୍ତୀ ବଲରେ ସେ ଗ୍ରାହାମ ହ୍ୟୁମଙ୍କ ୱିକେଟ ନେଇଥିଲେ । ୧୪ତମ ଓଭରର ପ୍ରଥମ ବଲରେ ଆଣ୍ଡି ମ୍ୟାକବ୍ରାଇନଙ୍କୁ ଆଉଟ କରି ହ୍ୟାଟ୍ରିକ ୱିକେଟ ନେଇଥିଲେ । ଏହାର ପରବର୍ତୀ ୨ଟି ବଲରେ ସେ ଯଥାକ୍ରମେ ରବି ମିଲର ଓ ଜୋଶ ୱିଲସନଙ୍କ ୱିକେଟ ନେଇଥିଲେ ।

୧୮୯ ରନର ଲକ୍ଷ୍ୟକୁ ପିଛା କରି ୱାରିୟର୍ସ ୮୭ ରନରେ ୫ଟି ୱିକେଟ ନେଇଥିଲେ । ପରେ ଦଳ ୮୮ ରନରେ ଅଲଆଉଟ ହୋଇ ଯାଇଥିଲା । ମହିଳା କ୍ରିକେଟରଙ୍କ ମଧ୍ୟରେ ଜିମ୍ବାୱେର କେଲିସ ନେଦଲଭୁ ୧୯ ବର୍ଷରୁ କମ ମୁକାବିଲାରେ ଇଗଲ୍ସ ଓମ୍ୟାନ ବିପକ୍ଷରେ ୫ ବଲରେ ୫ ୱିକେଟ ନେଇଥିଲେ ।

Comments are closed.