Latest Odisha News

BREAKING NEWS

କତାରରେ ମୃତ୍ୟୁ ଦଣ୍ଡାଦେଶ ପାଇଥିବା ୮ ନୌସେନା ଅଧିକାରୀକୁ ବଞ୍ଚାଇପାରିବେ କି ମୋଦୀ ସରକାର?

ନୂଆଦିଲ୍ଲୀ: କତାର ଭାରତୀୟ ନୌସେନାର ୮ ପୂର୍ବତନ ସୈନିକଙ୍କୁ ମୃତ୍ୟୁଦଣ୍ଡ ଦେଇଛି। ଏହି ଖବର ଏବେ ସମଗ୍ର ବିଶ୍ୱରେ ଆଲୋଚନାର ବିଷୟ ବସ୍ତୁ ପାଲଟିଛି। ଭାରତ ସରକାର କହିଛନ୍ତି ଯେ ପ୍ରତ୍ୟେକ ଆଇନଗତ ବିକଳ୍ପ ମାଧ୍ୟମରେ ସେମାନଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିବ। ଏହି ଆଠ ଜଣ ଭାରତୀୟ ଗତ ବର୍ଷ ଅଗଷ୍ଟରେ ଧରାପଡିଥିଲେ ଏବଂ ସେହି ଦିନଠାରୁ ଜେଲରେ ଥିଲେ। ବର୍ତ୍ତମାନ ସେଠାରେ ଥିବା ଏକ କୋର୍ଟ ତାଙ୍କୁ ଗୁପ୍ତଚର ମାମଲାରେ ମୃତ୍ୟୁଦଣ୍ଡ ଦେଇଛନ୍ତି। କୋର୍ଟର ଏହି ନିଷ୍ପତ୍ତି ଭାରତ ଏବଂ କତାର ମଧ୍ୟରେ ସମ୍ପର୍କର ତିକ୍ତତା ଘଟାଇପାରେ। ଉଲ୍ଲେଖଯୋଗ୍ୟ, କତାରରେ ପ୍ରାୟ ୮ ଲକ୍ଷ ଭାରତୀୟ ବସବାସ କରନ୍ତି।

ଗତ ବର୍ଷ କଏଦ ହୋଇଥିବା ଭାରତୀୟ ନୌସେନାର କମାଣ୍ଡର ପୂର୍ଣ୍ଣେନ୍ଦୁ ତିୱାରୀ, କମାଣ୍ଡର ସଞ୍ଜୀବ ଗୁପ୍ତା, କ୍ୟାପଟେନ ନବତେଜ ଗିଲ, କମାଣ୍ଡର ସୁଗୁନାକର ପାକାଲା, କମାଣ୍ଡର ଅମିତ ନାଗପାଲ, କ୍ୟାପଟେନ ବିରେନ୍ଦ୍ର କୁମାର, କ୍ୟାପଟେନ ସୌରଭ ବୈଷ୍ଣବ ଏବଂ ନାବିକ ରାଗେଶ ଇସ୍ରାଏଲ ପାଇଁ ଗୁଇନ୍ଦା ଗିରି କରୁଥିବା ଅଭିଯୋଗ ରହିଛି। ଏହାପରେ ତାଙ୍କୁ ଗିରଫ କରାଯାଇ ଜେଲରେ ରଖାଯାଇଥିଲା। ସମସ୍ତ ଭାରତୀୟ ଭାରତୀୟ ନୌସେନାରେ ବରିଷ୍ଠ ପଦବୀରେ ଅବସ୍ଥାପିତ ହୋଇଥିଲେ ଏବଂ ପ୍ରାୟ ୨୦ ବର୍ଷ ପର୍ଯ୍ୟନ୍ତ ଦେଶର ସେବା କରିଥିଲେ।

ସୂଚନା ଅନୁଯାୟୀ, ଏହି ସମସ୍ତ ପୂର୍ବତନ ସାମୁଦ୍ରିକ କତାରୀ କମ୍ପାନୀ ଡାହ୍ରା ଗ୍ଲୋବାଲ୍ ଟେକ୍ନୋଲୋଜି ଏବଂ କନ୍ସଲଟାନ୍ସ ସର୍ଭିସରେ କାମ କରିଥିଲେ। ଏହି କମ୍ପାନୀ କତାର ସଶସ୍ତ୍ର ବାହିନୀକୁ ଅନ୍ୟାନ୍ୟ ସେବା ଯୋଗାଏ। କମ୍ପାନୀର ମାଲିକ ଓମାନ ବାୟୁସେନାର ଅବସରପ୍ରାପ୍ତ ସ୍କ୍ବାର୍ଡନ ଲିଡର କମିସ୍ ଅଲ୍ ଆଜମୀ। ଏସବୁର ବିଶେଷ କଥା ହେଉଛି ଅଜମୀ ମଧ୍ୟ ଏହି ଭାରତୀୟଙ୍କ ସହ ଧରାପଡିଥିଲେ କିନ୍ତୁ ତାଙ୍କୁ ଗତ ବର୍ଷ ମୁକ୍ତ କରାଯାଇଛି।

କତାରରେ ଦଣ୍ଡିତ ହୋଇଥିବା ଆଠ ଜଣ ଭାରତୀୟ ଭବିଷ୍ୟତରେ ଆଇନଗତ ଦୃଷ୍ଟିରୁ ଏହି ଦଣ୍ଡାଦେଶରୁ ଆଶ୍ବସ୍ତି ପାଇପାରନ୍ତି। ଯଦି ସେମାନେ କତାରର ନ୍ୟାୟିକ ବ୍ୟବସ୍ଥା ଅନୁଯାୟୀ ଆବେଦନ କରନ୍ତି। ରଏଟର୍ସର ସୂଚନା ଅନୁଯାୟୀ ମୃତ୍ୟୁଦଣ୍ଡର ସମ୍ମୁଖୀନ ହୋଇଥିବା ଆଠ ଜଣ ଭାରତୀୟ ସେମାନଙ୍କ ଦଣ୍ଡ ବିରୋଧରେ ଆବେଦନ କରିପାରିବେ। ଯଦି ଭାରତ ଚାହୁଁଛି ତେବେ ଏହା ମଧ୍ୟ ଅନ୍ତର୍ଜାତୀୟ କୋର୍ଟକୁ ନେଇପାରିବ। ଭାରତ ଏବଂ କତାର ସରକାର ପରସ୍ପର ସହ କଥାବାର୍ତ୍ତା କରି ଏହି ଦଣ୍ଡ ଉପରେ ରୋକ୍ ଲଗାଇପାରିବେ।

Comments are closed.