Latest Odisha News

BREAKING NEWS

ଦକ୍ଷିଣ ଆଫ୍ରିକା ବିପକ୍ଷରେ ରେକର୍ଡ ସୁଧାରିବା ଲକ୍ଷ୍ୟରେ ରୋହିତ

ନୂଆଦିଲ୍ଲୀ: ଦିନିକିଆ କ୍ରିକେଟରେ ଭାରତୀୟ ଟିମର ପୂର୍ବତନ ଅଧିନାୟକ ରୋହିତ ଶର୍ମା ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ତେବେ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ମୁକାବିଲାରେ ରୋହିତଙ୍କ ପ୍ରଦର୍ଶନ ସେତେଟା ଉତ୍ସାହଜନକ ରହି ନାହିଁ । ନଭେମ୍ବର ୩୦ରୁ ଆରମ୍ଭ ହେବାକୁ ଯାଉଥିବା ଦିନିକିଆ ସିରିଜରେ ତାଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ । ରୋହିତ ଏବଂ ବିରାଟ କୋହଲି ଆନ୍ତର୍ଜାତୀୟ ଟେଷ୍ଟ ଏବଂ ଟି୨୦ରୁ ଅବସର ଘୋଷଣା କରିଛନ୍ତି । ଏବେ କେବଳ ଦିନିକିଆ ଖେଳିବା ଜାରୀ ରଖିଛନ୍ତି । ଆଗାମୀ ଦିନିକିଆ ବିଶ୍ୱକପ ଖେଳିବା ଉଭୟଙ୍କର ସ୍ୱପ୍ନ ରହିଛି । ରୋହିତ ୨୦୧୯ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ବିଶ୍ୱକପ ମୁକାବିଲାରେ ମ୍ୟାଚ ବିଜୟୀ ଇନିଂସ ଖେଳିଥିଲେ ।

ସେ ଦିନିକିଆ କ୍ରିକେଟରେ ଓଭରାଲ ୪୯ ଆଭରେଜରେ ୧୧୩୭୦ ରନ କରିଥିଲେ । ମାତ୍ର ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେ ୨୬ ମ୍ୟାଚରେ ୨୫ ଇନିଂସ ଖେଳି ୮୦୬ ରନ କରିଛନ୍ତି । ତାଙ୍କ ଆଭରେଜ ୩୩.୫୮ ରହିଛି । ଅନ୍ୟ ଟିମ ତୁଳନାରେ ଏହା ସବୁଠାରୁ କମ ରହିଛି । ୨୫ ମ୍ୟାଚରେ ସେ ମାତ୍ର ୫ ଥର ୫୦ରୁ ଊର୍ଦ୍ଧ୍ୱ ସ୍କୋର କରିପାରିଛନ୍ତି । ହିଟମ୍ୟାନ ଭାବେ ପରିଚିତ ରୋହିତ ଭଲ ପ୍ରଦର୍ଶନ କରି ଏହି ଆଭରେଜରେ ସୁଧାର ଆଣିବା ପାଇଁ ଚାହିଁବେ । ସେହିପରି ୨୦୨୭ ବିଶ୍ୱକପ ପାଇଁ ସେ ସମସ୍ତ ପରିବେଶରେ ଭଲ ପ୍ରଦର୍ଶନ କରିପାରିବା ମେସେଜ ମଧ୍ୟ ଦେବାକୁ ଚାହିଁବେ ।

Comments are closed.