Latest Odisha News

BREAKING NEWS

ମନ୍ତ୍ରୀଙ୍କୁ ଦେହରେ ବାଜିଥିବା ଗୁଳି ନମିଳିଲେ ଅଭିଯୁକ୍ତ ଦୋଷୀ ପ୍ରମାଣିତ ହୋଇପାରିବେ କି?

ଭୁବନେଶ୍ୱର: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକୁ 5 ଦିନ ବିତିଛି। ହେଲେ ହତ୍ୟାର କାରଣ ସ୍ପଷ୍ଟ ହୋଇପାରିନି। ଯଦିଓ ଅଭିଯୁକ୍ତ ଗୋପାଳ ଦାସକୁ ତଦନ୍ତକାରୀ ଟିମ୍ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ନେଇଛି ହେଲେ ହତ୍ୟାର ଉଦ୍ଦେଶ୍ୟ କଣ ଜାଣିବାରେ ଏଯାବତ ସଫଳ ହୋଇନି ବୋଲି ଜଣାପଡିଛି। ଅନ୍ୟପଟେ ଗୋପାଳ ଦାସ ମାରିଥିବା ଗୁଳି ଯଦି ନମିଳେ ତାହେଲେ କ୍ରାଇମବ୍ରାଞ୍ଚ ଅଭିଯୁକ୍ତକୁ କିଭଳି ଦୋଷୀ ବୋଲି ପ୍ରମାଣ କରିବ ସେ ନେଇ ପ୍ରଶ୍ନ ଉଠିଛି।

ପୂର୍ବତନ ପୋଲିସ ଡିଜି ସଞ୍ଜୀବ ମାରିକ ଏ ନେଇ କହିଛନ୍ତି, ମନ୍ତ୍ରୀ ନବ ଦାସଙ୍କୁ ଗୁଳି ବାଜିବା ପରେ ଯେଉଁ ସ୍ଥାନାନ୍ତରିତ ପ୍ରକିୟା ହେଲା ଏହାରି ଭିତରେ ଗୁଳିଟି କେଉଁଠି ବାହାରେ ପଡିଯାଇଥିବ। କିନ୍ତୁ ଅଭିଯୁକ୍ତ ବିରୋଧରେ ଆହୁରି ଅନେକ ତଥ୍ୟ ସଂଗ୍ରହ କରାଯାଇଛି। ଯେପରିକି ବନ୍ଧୁକ ଫୁଟିବା ବେଳେ ଗନ ପାଉଡର୍ ବନ୍ଧୁକରୁ ବାହାରିଛି ତାହା ଗୋପାଳର ହାତରେ ଲାଗିଥିବ ତାକୁ ସଂଗ୍ରହ କରି ରଖାଯାଇଛି। ନବଙ୍କ ପୋଷାକରୁ ମଧ୍ୟ ସେହି ଗନ୍ ପାଉଡର ବାହାରିବ। ସେହି ପୋଷାକକୁ ମଧ୍ୟ ପରୀକ୍ଷା ପାଇଁ ରଖାଯାଇଛି। ମିିଳିଥିବା ଗୁଳିର ଖୋକାକୁ ପରୀକ୍ଷଣ ପାଇଁ ନିହାତି ପଠାଯାଇଥିବ। ସେହିପରି ଗୁଳି ବାହାରିଥିବା ବନ୍ଧୁକଟି ଗୋପାଳକୁ ଇସ୍ଯୁ ହୋଇଥିଲା କି ନାହିଁ। ସେହିପରି ଆହୁରି ଅନେକ ତଥ୍ୟ ସଂଗ୍ରହ କରାଯାଇଥିବା। ତେଣୁ କୋର୍ଟରେ ଅଭିଯୁକ୍ତ ବିରୋଧରେ ଅନେକ ତଥ୍ୟ ରଖାଯାଇପାରିବ ଓ ଦଣ୍ଡିତ କରାଯାପାରିବ। ଏହି ମାମଲାରେ ପାରିପାର୍ଶ୍ବିକ ପରିସ୍ଥିତି , କଲ୍ ରେକର୍ଡ, ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଇତ୍ୟାଦି ଅନେକ ତଥ୍ୟ କୋର୍ଟଙ୍କ ଆଗରେ ପ୍ରମାଣ ଭାବେ ରଖାଯାଇପାରିବ।

ସେହିପରି ପୂର୍ବତନ ଏସପି ସୂର୍ଯ୍ୟମଣି ତ୍ରିପାଠୀ କହିଛନ୍ତି, ମନ୍ତ୍ରୀଙ୍କୁ ଯେଉଁଠି ଗୁଳିମାଡ଼ ହୋଇଥିଲା ଜନଗହଳିପୂର୍ଣ୍ଣ ସ୍ଥାନ ଥିଲା। ପୋଷ୍ଟମର୍ଟମ ରିପୋର୍ଟରେ ବାହାରିଛି ଯେ ନବ ଦାସଙ୍କୁ ବାଜିଥିବା ଗୁଳି ଶରୀରରେ ବାଜିଛି। ତେଣୁ ନବ ଦାସଙ୍କ ପୋଷ୍ଟମର୍ଟମ କରିଥିବା ଡାକ୍ତର ସାକ୍ଷୀ ଦେବେ। ଗୁଳି ନ ମିଳିଲେ ମଧ୍ୟ କିଛି ଅସୁବିଧା ନାହିଁ। ନବ ଦାସଙ୍କ ପୋଷାକରୁ ଗନ ପାଉଡର ବାହାରି ପାରେ ଓ ସାର୍ଟରେ ଲାଗିଥିବା ରକ୍ତ ଓ ଅଭିଯୁକ୍ତର ପରୀକ୍ଷା ହେବ। ପରୀକ୍ଷା କରୁଥିବା ଲ୍ୟାବ ଅଫିସ୍ ନିଜେ କୋର୍ଟରେ ସାକ୍ଷୀ ଭାବରେ ଉପସ୍ଥିତ ରହିବେ ତେଣୁ ଅଭିଯୁକ୍ତ ବିରୋଧରେ ଯଥେଷ୍ଟ ପ୍ରମାଣ ରହିଛି।

ଉଲ୍ଲେଖଯୋଗ୍ୟ, ଗୁଳି ମାଡ ହୋଇଥିବାରୁ ନବ ଦାସ ବସିଥିବା କାରରେ ଚିହ୍ନ ରହିଛି। ତେଣୁ କ୍ରାଇମସ୍ପଟକୁ ସିଲ୍ କରାଯାଇ ଫରୋ କ୍ୟାମେରା ଜରିଆରେ ତଦନ୍ତ କରାଯାଉଛି। ଆଉ ନିଖୋଜ ଥିବା ଗୁଳିକୁ ଖୋଜୁଛି କ୍ରାଇମବ୍ରାଞ୍ଚ।

 

Comments are closed.