ଟୋରେଟୋଂ: ନିକଟରେ କାନାଡାରେ ଏକ କବରରୁ ୧୭୧ ପିଲାଙ୍କ ଶବ ମିଳିଛି । ରାଡାର ସିଷ୍ଟମ ମାଧ୍ୟମରେ ତଦନ୍ତ କରିବା ପରେ ଏହି ତଥ୍ୟ ସମ୍ମୁଖକୁ ଆସିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା କାନାଡାର ମୂଳ ବାସିନ୍ଦାଙ୍କ ଏହି ସବୁ ଶବ । ଇଂରେଜମାନେ ଏହି ଅଂଚଳକୁ କବଜା କରିବା ପରେ ଜୋର ଜବରଦସ୍ତ ପିଲାମାନଙ୍କୁ ଚର୍ଚ୍ଚ ଅଧିନରେ ଥିବା ସ୍କୁଲରେ ଭର୍ତି କରାଯାଉଥିଲା । ଏହା ପ୍ରଥମ ଥର ନୁହେଁ ବାରମ୍ବାର କାନାଡାର ମୂଳ ବାସିନ୍ଦାଙ୍କ ଶବ ମିଳୁଛି । ଯାହାକି ପରୋକ୍ଷରେ ଇଂରେଜଙ୍କ କ୍ରୁରତାକୁ ପ୍ରମାଣ କରୁଛି । କାନାଡାର ମୂଳ ବାସିନ୍ଦାମାନେ ଏକ ସଂଗଠନ କରି ଏହି ସବୁ ତଥ୍ୟ ସମ୍ମୁଖକୁ ଆଣୁଛନ୍ତି । ସ୍କୁଲରେ ପିଲାମାନଙ୍କୁ ଠିକରେ ଖାଇବା, ପିଇବାକୁ ଦିଆଯାଉ ନ ଥିଲା । ଏପରି ସେମାନଙ୍କ ଯୌନ ଶୋଷଣ ମଧ୍ୟ କରାଯାଉଥିଲା ।
ଯେଉଁମାନେ ମୃତ୍ୟୁବରଣ କରୁଥିଲେ ସେମାନଙ୍କୁ ସ୍କୁଲ କ୍ୟାମ୍ପସ ମଧ୍ୟରେ ପୋତି ଦିଆଯାଉଥିଲା । ୧୯୯୦ରେ ବିଭିନ୍ନ ମହଲରୁ ତୀବ୍ର ବିରୋଧ ହେବା ପରେ ଏହି ସ୍କୁଲଗୁଡିକୁ ବନ୍ଦ କରି ଦିଆ ଯାଇଥିଲା । ଟ୍ରୁଥ ଆର୍ଡ ରିକନସିଲିଏଶନ କମିଶନର ରିପୋର୍ଟ ଅନୁସାରେ ଅତ୍ୟାଚାର ଯୋଗୁ ୩୨୦୦ ଶିଶୁଙ୍କ ମୃତ୍ୟୁ ଘଟିଥିଲା । ସେହିପରି ୧.୫୦ ଲକ୍ଷ ଶିଶୁ ଉତ୍ପୀଡନ, କୁପୋଷଣ ଓ ଦୁଷ୍କର୍ମର ଶୀକାର ହୋଇଥିଲେ ।
Comments are closed.