ନୂଆଦିଲ୍ଲୀ: ଖଲିସ୍ଥାନୀ ଆତଙ୍କୀ ହରଦୀପ ସିଂ ନିଜ୍ଜର ହତ୍ୟା ପରେ ଭାରତ-କାନାଡା ସମ୍ପର୍କ ତିକ୍ତତା ଲଗାତାର ବିଗିଡବାରେ ଲାଗିଛି । ଭାରତ ସରକାରଙ୍କ ପକ୍ଷରୁ ଜାରି ଅଲ୍ଟିମେଟମ ପରେ କାନାଡା ନିଜ କୂଟନୀତିଜ୍ଞଙ୍କୁ ହଟାଇବା ଆରମ୍ଭ କରିଛି ।
ଖଲିସ୍ଥାନୀ ବିଚ୍ଛିନ୍ନତିବାଦୀ ହରଦୀପ ସିଂହ ନିଜ୍ଜରଙ୍କ ହତ୍ୟା ପରେ ଭାରତରେ କାମ କରୁଥିବା ଅଧିକାଂଶ କୁଟନୀତିଜ୍ଞଙ୍କୁ କୁଆଲାଲମ୍ପୁର ଏବଂ ସିଙ୍ଗାପୁର ପଠାଇ ଦେଇଛି କାନାଡା । ଭାରତ କାନାଡାକୁ ନୂଆଦିଲ୍ଲୀରେ କାମ କରୁଥବା କୁଟନୀତିଜ୍ଞଙ୍କ ସଂଖ୍ୟା କମାଇବା ପାଇଁ ଅକ୍ଟୋବର ୧୦ ତାରିଖ ସମୟସୀମା ଦେଇଥିଲା । ଏହାପରେ କାନାଡା ଏପରି ପଦକ୍ଷେପ ନେଇଛି ।
କାନାଡା ଏକ ଘରୋଇ ଟେଲିଭିଜନ ସିଟିବି ନ୍ୟୁଜ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ସୂଚନାଥାଉ କି, କାନାରେ ଖଲିସ୍ଥାନୀ ଆତଙ୍କୀ ହରଦୀପ ସିଂହ ନିଜ୍ଜର ହତ୍ୟା ମାମଲାରେ ଭାରତର ସଂପୃକ୍ତି ରହିଛି ବୋଲି କାନାଡା ଦାବି କରି ଆସୁଛି । ତେବେ ଭାରତ ଏପରି ଅଭିଯୋଗକୁ ଖଣ୍ଡନ କରିଛି ।
Comments are closed.