Latest Odisha News

ଇସ୍ତଫା ଦେଲେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ

ନୂଆଦିଲ୍ଲୀ: ଇସ୍ତଫା ଦେଲେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ। ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଜଷ୍ଟିନ ଟ୍ରୁଡୋ। ପ୍ରଧାନମନ୍ତ୍ରୀ ପଦ ସମେତ ଲିବରାଲ୍ ପାର୍ଟି ଲିଡର୍‌ରୁ ଇସ୍ତଫା ଦେଇଛନ୍ତି ଟ୍ରୁଡୋ । ଇସ୍ତଫା ପରେ ନିଜକୁ ଲିବରାଲ ଫାଇଟର ଭୋଲି କହିଛନ୍ତି ଟ୍ରୁଡୋ । ତେବେ ଆଭ୍ୟନ୍ତରୀଣ ଅସନ୍ତୋଷ ଏବଂ ଲିବରାଲ ପାର୍ଟିରେ ଲୋକପ୍ରିୟତା ହରାଇବା କାରଣରୁ ଜଷ୍ଟିନ ଟ୍ରୁଡୋ ଏହି ପଦକ୍ଷେପ ନେବାକୁ ବାଧ୍ୟ ହୋଇଛନ୍ତି ।

୨୦୧୫ରୁ ଜଷ୍ଟିନ ଟ୍ରୁଡୋ କାନାଡାର ପ୍ରଧାନମନ୍ତ୍ରୀ ଥିଲେ । କିନ୍ତୁ ଦୀର୍ଘ ୯ ବର୍ଷ କାନାଡାର ପ୍ରଧାନମନ୍ତ୍ରୀ ପଦରେ ରହିଥିବା ଜଷ୍ଟିନ ଟ୍ରୁଡୋଙ୍କୁ ତାଙ୍କ ଦଳ ଲିବେରାଲ ପାର୍ଟି ବିରୋଧର କରିବା ଏବଂ ଖଲିସ୍ତାନ ନେତାଙ୍କ ପ୍ରତି ତାଙ୍କର ଅହେତୁକ ଭଲ ପାଇବା ତାଙ୍କୁ ବିବାଦୀୟ କରିଥିଲା । ଖଲିସ୍ତାନ ନେତାଙ୍କ ସହ ତାଙ୍କ ସମ୍ପର୍କକୁ ଭାରତ ପକ୍ଷରୁ ଏହାକୁ ବିରୋଧ କରାଯିବା ପରେ ଉଭୟ ଦେଶ ମଧ୍ୟରେ କୂଟନୀତିକ ବିବାଦ ଆରମ୍ଭ ହୋଇଥିଲା। ଡୋନାଲ୍ଡ ଟ୍ରମ୍ପଙ୍କର ଟାରିଫ ଧମକଠାରୁ ଆରମ୍ଭ କରି ପ୍ରମୁଖ ସହଯୋଗୀଙ୍କ ଇସ୍ତଫା ଏବଂ ଜନମତ ସର୍ବେକ୍ଷଣ ପର୍ଯ୍ୟନ୍ତ ଅନେକ ସଙ୍କଟର ସମ୍ମୁଖୀନ ହେଉଥିଲେ।

ଏକ ସାମ୍ବାଦିକ ସମ୍ମିଳନୀ କରି ଇସ୍ତଫା ସମ୍ପର୍କିତ ସମ୍ବୋଧନରେ ଟ୍ରୁଡୋ କହିଛନ୍ତି, “ମୁଁ ଲିବେରାଲ୍ ପାର୍ଟିର ନେତା ତଥା ପ୍ରଧାନମନ୍ତ୍ରୀ ଭାବରେ ମୋର ଇସ୍ତଫା ଘୋଷଣା କରିଛି । ଏହି ଦେଶ ଆଗାମୀ ନିର୍ବାଚନରେ ବାସ୍ତବିକ ଏକ ବିକଳ୍ପର ହକଦାର ଅଟେ, ଏବଂ ମୋ ପାଇଁ ଏହା ସ୍ପଷ୍ଟ ହୋଇସାରିଛି କି ଯଦି ମୋତେ ମୋର ଦଳ ମଧ୍ୟରୁ ବିରୋଧାଭାସର ସମ୍ମୁଖୀନ ହେବାକୁ ପଡୁଛି । ତେଣୁ ମୁଁ ଅନୁଭବ କରୁଛି ଯେ ୨୦୨୫ ନିର୍ବାଚନ ପାଇଁ ମୁଁ ଲିବେରାଲ୍ ପାର୍ଟି ପାଇଁ ଜଣେ ପ୍ରାର୍ଥୀ ଭାବେ ଭଲ ବିକଳ୍ପ ନୁହେଁ ।” ତେବେ କାନାଡାର କିଛି ଗଣମାଧ୍ୟମରେ ପ୍ରସାରିତ ସୂଚନା ଅନୁସାରେ, ଟ୍ରୁଡୋ ତାଙ୍କ ଉତ୍ତରାଧିକାରୀ ଚୟନ ନହେବା ପର୍ଯ୍ୟନ୍ତ କାମଚଳା ତଥା ଅନ୍ତରୀଣ ପ୍ରଧାନମନ୍ତ୍ରୀ ପଦରେ ରହି କାର୍ଯ୍ୟ କରିବେ । ସେପଟେ ଟ୍ରୁଡୋଙ୍କ ଇସ୍ତଫା କାରଣକୁ ନିର୍ଦ୍ଧାରିତ ସମୟ ପୂର୍ବରୁ ନିର୍ବାଚନ ଘୋଷଣା ହୋଇପାରେ ବୋଲି କୁହାଯାଉଛି । ତେବେ ଟ୍ରୁଡୋ ତାଙ୍କ ପାର୍ଟିରୁ ନିର୍ବାଚନ ଲଢିବେ କି ନାହିଁ, ତାହା ସେ କିମ୍ବା ଲିବେରାଲ ପାର୍ଟିର ଅନ୍ୟ ନେତା ଏପର୍ଯ୍ୟନ୍ତ ସ୍ପଷ୍ଟ କରିନାହାନ୍ତି ।

Leave A Reply

Your email address will not be published.