Latest Odisha News

କାନାଡା ମହିଳା ଫୁଟବଲ ଟିମର ସହକାରୀ କୋଚ, ଆନାଲିଷ୍ଟକୁ ବିଦା କଲା ଆଇଓସି

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ଯାଇଥିବା କାନାଡା ମହିଳା ଫୁଟବଲ ଟିମକୁ ଶକ୍ତ ଧକ୍କା ଲାଗିଛି । ଟିମର ସହକାରୀ କୋଚ ଜୋସେଫ ଲୋମ୍ବାର୍ଡି ଓ ଆନାଲିଷ୍ଟ ଜସ୍ମିନ ମନ୍ଦରକୁ ଙ୍କୁ ଆଇଓସି ଘରକୁ ପଠାଇ ଦେଇଛି । ମୂଖ୍ୟ କୋଚ ୱେବ ପ୍ରିଷ୍ଟମ୍ୟାନ ମଧ୍ୟ କାନାଡାର ପ୍ରଥମ ମ୍ୟାଚରେ ଅଂଶଗ୍ରହଣ କରିବେ ନାହିଁ ବୋଲି ଘୋଷଣା କରିଛନ୍ତି । ସେଂଟ ଏଟିୟନରେ ନ୍ୟୁଜିଲାଣ୍ଡ ଟିମ ଅଭ୍ୟାସ କରୁଥିବା ବେଳେ ଡ୍ରୋନ ଉଡୁଥିବା ଦେଖିବାକୁ ମିଳିଥିଲା । ଏଥିପାଇଁ ଫ୍ରାନ୍ସର ଜଣେ ଅଧିକାରୀଙ୍କୁ ଅଟକ ରଖାଯାଇଛି । କାନାଡା ଫୁଟବଲ ଟିମର ଉପରୋକ୍ତ ଅଧିକାରୀ ଏ ଭଳି ବେନିୟମ କାର୍ଯ୍ୟରେ ସମ୍ପୃକ୍ତ ଥିବା ଜଣାପଡିଛି ।

ପରେ କାନାଡାର ମୂଖ୍ୟ କୋଚ ଏହି ଘଟଣା ନେଇ ନ୍ୟୁଜିଲାଣ୍ଡ ଖେଳାଳି ଓ ଷ୍ଟାଫଙ୍କୁ କ୍ଷମା ମାଗିଛନ୍ତି । ଆମ ଅଧିକାରୀଙ୍କ ଏ ଭଳି ପଦକ୍ଷେପ ଆଦୌ ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି । ଫିଫା ଏବେ ଆଇଓସିକୁ ଟିମ ଏବେ ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ ଲିଖିତ ଭାବେ କାରଣ ଜଣାଇବ ।

Comments are closed.