Latest Odisha News

BREAKING NEWS

ବାବା ବେଶରେ ଗଞ୍ଜେଇ ବେପାରୀ, ରାଜଧାନୀରୁ ଗିରଫ

ଭୁବନେଶ୍ୱର: ବାବା ବେଶରେ ଗଞ୍ଜେଇ ବେପାରୀ। ଧର୍ମ ପ୍ରଚାର ଆଳରେ କରୁଥିଲେ ଗଞ୍ଜେଇ ବେପାର। ଭଡ଼ା ଘରେ କରିଥିଲେ ଗୋଦାମ। ପେଶାଦାର ଅପରାଧୀ ସହ ମିଶି କରୁଥିଲେ ବେପାର। ଫୁଲବାଣୀରୁ ଆଣି ସ୍କୁଟି ସାହାଯ୍ୟରେ କରୁଥିଲେ ବେପାର। ଗିରଫ କଲା ଚନ୍ଦ୍ରଶେଖରପୁର ଥାନା ପୁଲିସ୍।

ଦୀର୍ଘବର୍ଷ ଧରି ବାବା ଏବଂ ଚେଲା ପରିଚୟ ଦେଇ ରାଜଧାନୀ ତଥା ବିଭିନ୍ନ ସହରକୁ ଗଞ୍ଜେଇ କାରବାର କରୁଥିବା ଦୁଇ ନିଶା ବେପାରୀଙ୍କୁ ଚନ୍ଦ୍ରଶେଖରପୁର ଥାନା ପୁଲିସ୍ ଗିରଫ କରିଛି। ଫୁଲବାଣୀରୁ ବସ୍ ଏବଂ କାର୍ ଯୋଗେ ଗଞ୍ଜେଇ ମଗାଇ ପଟିଆ କାନନ ବିହାର ସ୍ଥିତ ଭଡ଼ା ଘରେ କରିଥିଲେ ଗୋଦାମ। ଧର୍ମ ପ୍ରଚାର ଆଳରେ ସ୍କୁଟିରେ ବୁଲିବୁଲି କରୁଥିଲେ ଗଞ୍ଜେଇ ବିକ୍ରି।

ଗତକାଲି ବାବା ଓ ଚେଲା ଡିଲ୍ କରୁଥିବା ସମୟରେ ପୂର୍ବରୁ ସୂଚନା ପାଇ ପ୍ରସ୍ତୁତ ଥିବା ଚନ୍ଦ୍ରଶେଖରପୁର ଥାନା ପୁଲିସ୍ ବାବା ବିଚିତ୍ର ପଣ୍ଡା ଓ ଚେଲା ଉତ୍ତମ ମହାନ୍ତିଙ୍କୁ ଗିରଫ କରିଛି। ଉଭୟଙ୍କ ପାଖରୁ 10କିଲୋ 5ଶହ ଗ୍ରାମ ଗଞ୍ଜେଇ ସହ ଦୁଇଟି ମୋବାଇଲ, ଗୋଟିଏ ହୋଣ୍ଡା ଆକ୍ଟିଭା ଏବଂ ନଗଦ ଦୁଇହଜାର ଟଙ୍କା ଜବତ୍ କରିଛି।

Comments are closed.