Latest Odisha News

BREAKING NEWS

ଦଳ ଛାଡିବେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର , ସୋନିଆଙ୍କୁ ଦେଲେ ଚେତାବନୀ

ଦିଲ୍ଲୀ : ପଞ୍ଜାବ କଂଗ୍ରେସ ଦଳରେ କନ୍ଦଳ ଥମିବାରେ ନାଁ ଧରୁନି । ପଞ୍ଜାବ କଂଗ୍ରେସ ଦଳରେ କନ୍ଦଳ ଲାଗିଥିବା ବେଳେ ଏକ ବଡ ଖବର ଲୋକ ଲୋଚନକୁ ଆସିଛି । ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଦଳ ଛାଡିବେ ବୋଲି ସୋନିଆ ଗାନ୍ଧୀଙ୍କୁ କଡା ଚେତାବନୀ ଦେଇଛନ୍ତି।

ଏତେ ଅପମାନ ନିନ୍ଦା ସହ କଂଗ୍ରେସରେ ରହିବା ତାଙ୍କ ପକ୍ଷେ ସମ୍ଭବ ନୁହେଁ ବୋଲି ସେ ସଫା ସଫା ଶୁଣାଇ ଦେଇଛନ୍ତି ସେ । ତୃତୀୟ ଥର ଏହା ସବୁଠୁ ବଡ ଅପମାନ ତାଙ୍କ ପାଇଁ ଥିଲା । ଅନେକ ଦିନ ହେବ ନବଜୋତ ସିଂହ ସିଦ୍ଧୁ ଓ ଅମରିନ୍ଦର ଙ୍କ ମଧ୍ୟରେ ବିବାଦ ଲାଗିରହିଥିଲା । ବିବାଦ ଦିନକୁ ଦିନ ବଢ଼ିବାରୁ ଏବଂ କଂଗ୍ରେସ ଦଳ ପକ୍ଷରୁ କୌଣସି ସହାନଭୂତି ସାଥ୍ ନମିଳିବାରୁ ଏପରି ନିଷ୍ପତି ନେଇଛନ୍ତି କ୍ୟାପଟେନ୍ ଅମରିନ୍ଦର ।

ସେପଟେ କିଛି ଗୋଷ୍ଠ କ୍ୟାପଟେନ୍ ଅମରିନ୍ଦର ଙ୍କୁ ସିିଂହଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପାଇଁ ଜିଦ୍ ଧରି ବସିଛନ୍ତି। ଅନେକ ଭାବୁଛନ୍ତି ସିଦ୍ଧୁ ପଞ୍ଜାବ କଂଗ୍ରେସର ସଭାପତି ହେବା ପରେ ସବୁ କିଛି ଠିକ୍ ହୋଇଯିବ। ଆଜି ବସିବାକୁ ଥିବା ବୈଠକରେ ଦଳର ପରବର୍ତ୍ତୀ ନେତା ଚୟନ ଉପରେ ଆଲୋଚନା ହୋଇପାରେ ବୋଲି ସୂଚନା ମିଳିଛି।

Leave A Reply

Your email address will not be published.