Latest Odisha News

BREAKING NEWS

ବିଜେପିରେ ମିଶିବ କ୍ୟାପଟେନ ଅମରିନ୍ଦର ସିଂହଙ୍କ ପଞ୍ଜାବ ଲୋକ କଂଗ୍ରେସ ଦଳ !

ନୂଆଦିଲ୍ଲୀ: ଲଣ୍ଡନରୁ ଫେରିବା ପରେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେବେ। ଆସନ୍ତା ସପ୍ତାହ ଶେଷରେ ସେ ଭାରତ ଫେରିବେ ବୋଲି ଜଣାପଡ଼ିଛି। ଗତବର୍ଷ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଅମରିନ୍ଦର ସିଂହ ପଞ୍ଜାବ ଲୋକ କଂଗ୍ରେସ ନାମରେ ଏକ ନୂଆ ରାଜନୈତିକ ଦଳ ଗଠନ କରିଥିଲେ। ଏବେ ସେ ତାଙ୍କ ଦଳକୁ ବିଜେପିରେ ମିଶାଇବେ ବୋଲି ଏକ ସୂତ୍ରରୁ ଜଣାପଡ଼ିଛି।

ଗତବର୍ଷ ଅମରିନ୍ଦରଙ୍କ ଇସ୍ତଫା ପରେ ତାଙ୍କ ନିକଟତମ ବରିଷ୍ଠ କଂଗ୍ରେସ ନେତାମାନେ ଦଳ ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ପଞ୍ଜାବର ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ସୁନୀଲ ଜାଖଡ, ଏବଂ କ୍ୟାପଟେନଙ୍କ ମନ୍ତ୍ରିମଣ୍ଡଳରେ ଥିବା ଚାରି ଜଣ ମନ୍ତ୍ରୀ ।

ମିଳିଥିବା ସୂଚନା ଅନୁୟାୟୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ପଟିଆଲାରୁ ସାଂସଦ ଥିବା ଅମରିନ୍ଦର ସିଂହଙ୍କ ପତ୍ନୀ ପରନୀତ କୌରଙ୍କୁ କିଭଳି ସ୍ଥାନ ଦିଆଯିବ ତାହା ଏବେ ବିଜେପି ଆଗରେ ମୁଖ୍ୟ ଚ୍ୟାଲେଞ୍ଜ ହୋଇଛି। କୁହାଯାଉଛି ଯେ, ପରନୀତ କୌର ଦାବି କରୁଛନ୍ତି ଯେ ତାଙ୍କ ଝିଅକୁ ପଟିଆଲାରୁ ଟିକେଟ୍ ମିଳିବ ବୋଲି ବିଜେପି ପ୍ରତିଶ୍ରୁତି ଦେଉ ।  କ୍ୟାପଟେନ ଅମରିନ୍ଦର ଓ ତାଙ୍କର ଅଧିକାଂଶ ସହଯୋଗୀ କଂଗ୍ରେସ ଛାଡ଼ି ଚାଲିଯାଇଥିଲେ ମଧ୍ୟ ପରନୀତ୍ କୌର କଂଗ୍ରେସ ଛାଡ଼ି ନଥିବାରୁ ବିଜେପି ନେତୃତ୍ୱ ଖୁସି ନଥିବା କୁହାଯାଉଛି।

ତେବେ ମିଳିଥିବା ସୂଚନା ଅନୁଯାୟୀ ପରନୀତ କୌରଙ୍କ ଝିଅର ସ୍ୱାମୀଙ୍କ ସିମ୍ଭାଓଲି ସୁଗାର ଲିମିଟେଡ୍ ବ୍ୟାଙ୍କ ଟଙ୍କାର ଅପବ୍ୟବହାର କରିଥିବା ଅଭିଯୋଗ ରହିଛି । ସିବିଆଇ ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ଏବେ ମାମଲା ରହିଛି। ଏପରି ସ୍ଥିତିରେ ଅମରିନ୍ଦରଙ୍କ ଝିଅକୁ ନେଇ ବିଜେପି କୌଣସି ଆଗ୍ରହ ଦେଖାଉ ନାହିଁ।

ଲଣ୍ଡନରୁ ଫେରିବା ପରେ କ୍ୟାପଟେନ ବିଜେପିରେ ମିଶିବା ନେଇ ସମସ୍ତ ସୂଚନା ଜଣାପଡ଼ିବ। ବିଜେପିରେ ଯୋଗଦେବା ନେଇ ପରନୀତଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡିଛି।

Leave A Reply

Your email address will not be published.