ପର୍ଥ: ଅଷ୍ଟ୍ରେଲିଆ ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ବର୍ଡର-ଗାଭାସ୍କର ଟ୍ରଫି ପୂର୍ବରୁ ଭାରତୀୟ କ୍ରିକେଟ ଦଳର ଅଧିନାୟକ ଯଶପ୍ରୀତ ବୁମରାହ ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି । କୋହଲି ନେଟ୍ସରେ ଫର୍ମରେ ଥିବା ଜଣାପଡୁଛି । ତାଙ୍କ ଉପରେ କାହାର ନଜର ନ ପଡୁ । କୋହଲିଙ୍କୁ କିଛି ବୁଝାଇବା ଓ ଶିଖାଇବା ଆବଶ୍ୟକତା ନାହିଁ ବୋଲି ବୁମରାହ କହିଛନ୍ତି । ମୁଁ କୋହଲିଙ୍କ ନେତୃତ୍ୱରେ ଆନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲି । ସେ ଟିମ ଲିଡର ଓ ମହାନ ଖେଳାଳି । ନିୟମିତ ଅଧିନାୟକ ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ବୁମରାହ ଦଳର ନେତୃତ୍ୱ ନେବେ । ରୋହିତ ଦ୍ୱିତୀୟ ଥର ପାଇଁ ବାପା ହୋଇଥିବାରୁ ଏବେ ସେ ବ୍ରେକ ନେଇଛନ୍ତି ।
ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ସିିରିଜରେ ଭାରତ ଶୋଚନୀୟ ଭାବେ ପରାଜିତ ହୋଇଥିଲା । ଏବେ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ପ୍ରବେଶ ପାଇଁ ଭାରତକୁ ଏହି ୫ ମ୍ୟାଚ ବିଶିଷ୍ଟ ସିିରିଜରେ ୩ରୁ ୪ ମ୍ୟାଚ ଜିତିବାକୁ ପଡିବ । ରୋହିତ ଓ କୋହଲିଙ୍କ ନିକଟରୁ ମୁଁ ଅନେକ କିଛି ଶିଖିଛି ବୋଲି ବୁମରାହ କହିଛନ୍ତି । ବର୍ତମାନ ଯେଉଁଠାରେ ପଂହଚିଛି ସେଥିପାଇଁ ନିଜକୁ ଭାଗ୍ୟବାନ ମନେ କରୁଛି ବୋଲି ଏହି ଷ୍ଟାର ବୋଲର କହିଛନ୍ତି ।