Latest Odisha News

BREAKING NEWS

ୱାଙ୍ଖେଡରେ ହେବ ରୋହିତଙ୍କ ନାମରେ ଷ୍ଟାଣ୍ଡ

ମୁମ୍ବାଇ: ମୁମ୍ବାଇ କ୍ରିକେଟ ଆସୋସିଏଶନ ଭାରତୀୟ କ୍ରିକେଟ ଟିମର ଅଧିନାୟକ ରୋହିତ ଶର୍ମାଙ୍କ ନାମରେ ୱାଙ୍ଖେଡରେ ଏକ ଷ୍ଟାଣ୍ଡର ନାମକରଣ କରିବା ପାଇଁ ନିଷ୍ପତି ନେଇଛି । ଏମସିଏ ବାର୍ଷିକ ବୈଠକରେ ଏ ସମ୍ପର୍କରେ ନିଷ୍ପତି ନିଆଯାଇଛି । ଏହା ପୂର୍ବରୁ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡର ପୂର୍ବ ଅଧ୍ୟକ୍ଷ ଶରଦ ପାୱାର ଓ ବ୍ୟାଟ୍ସମ୍ୟାନ ଅଜିତ ୱାଡେକରଙ୍କ ନାମରେ ମଧ୍ୟ ଷ୍ଟାଣ୍ଡ ରହିଛି । ଏମାନଙ୍କ ବ୍ୟତୀତ ସଚିନ ତେନ୍ଦୁଲକର, ସୁନୀଲ ଗାଭାସ୍କର, ବିଜୟ ମର୍ଚ୍ଚାଂଟ ଓ ଦିଲୀପ ଭେଙ୍ଗସରକାରଙ୍କ ନାମରେ ମଧ୍ୟ ଷ୍ଟାଣ୍ଡ ରଖାଯାଇଛି ।

ଏମସିଏ ସଦସ୍ୟ ମିଲିନ୍ଦ ନାର୍ଭେକର ରୋହିତଙ୍କ ନାମରେ ଷ୍ଟାଣ୍ଡ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ଯାହାକୁ ସର୍ବସମ୍ମତ କ୍ରମେ ମଂଜୁରୀ ପ୍ରଦାନ କରାଯାଇଥିଲା । ରୋହିତଙ୍କ ନେତୃତ୍ୱରେ ଭାରତ ୨୦୨୪ ଟି୨୦ ବିଶ୍ୱକପ ଓ ୨୦୨୫ ଚାମ୍ପିୟନ୍ସ ଟ୍ରଫିରେ ଟାଇଟଲ ହାସଲ କରିଛି । ୨୦୨୩ ଦିନିକିଆ ବିଶ୍ୱକପରେ ଭାରତ ରନର୍ସଅପ ହୋଇଥିଲା । ଫାଇନାଲ ବ୍ୟତୀତ ଭାରତ ସମସ୍ତ ମ୍ୟାଚରେ ବିଜୟ ହାସଲ କରିଥିଲା । ପରବର୍ତୀ ଦିନିକିଆ ବିଶ୍ୱକପ ୨-୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଓ ନାମ୍ବିଆରେ ଖେଳାଯିବ । ଅଧିନାୟକ ଭାବେ ରୋହିତଙ୍କ ମନରେ ଦିନିକିଆ ବିଶ୍ୱକପ ଜିତିବା ସ୍ୱପ୍ନ ସାକାର ହୋଇପାରିନି । ସେ ଏହାକୁ ସାକାର କରିବା ଲକ୍ଷ୍ୟରେ ରହିଛି ।

Comments are closed.