ଇନ୍ଦୋର: ତୃତୀୟ ଟି-ଟ୍ୱେଣ୍ଟି ମ୍ୟାଚରେ ଦକ୍ଷିଣ ଆଫ୍ରିକା ୩ ଓ୍ଵିକେଟ୍ ହରାଇ ୨୨୭ ରନ କରିଛି। ଜିତିବା ପାଇଁ ଭାରତ ସମ୍ମୁଖରେ ରହିଛି ୨୨୮ ରନର ବଡ ଟାର୍ଗେଟ। ରିଲେ ରୁସୋ ୧୦୦ ରନର ଧୂଆଁଧାର ଇନିଂସ ଖେଳିଥିବା ବେଳେ ଡି କକ୍ ୬୮ ରନ କରିଥିଲେ ।
ସେପଟେ ଭାରତର ବ୍ୟାଟିଂ ବିପର୍ୟ୍ୟୟ ପ୍ରଥମରୁ ଘଟିଛି । ଶୂନରେ ଆଉଟ ହୋଇଛନ୍ତି ରୋହିତ ଶର୍ମା । ଶ୍ରେୟସ ଆୟାର ୧ ରନ କରି ଆଉଟ ହୋଇଛନ୍ତି । ଦିନେଶ କାର୍ତ୍ତିକ ୪୬ ରନ କରି ଆଉଟ ହୋଇଥିବା ବେଳେ ପନ୍ତ ୨୭ ରନ୍ କରି ଆଉଟ ହୋଇଛନ୍ତି ।
ଟସ ଜିତି ରୋହିତ ଶର୍ମା ଫିଲଡିଂ ନିଷ୍ପତ୍ତି ନେଇଥିଲେ । କିନ୍ତୁ ଛୋଟ ପଡ଼ିଆ ଯୋଗୁଁ ଛକା ଚୈାକା ପିଟି ଚାଲିଥିଲେ ଦକ୍ଷିଣ ଆଫ୍ରିକା ଖେଳାଳି । ତେବେ ଅଧିନାୟକ ତେମ୍ବା ବଭୁମାଙ୍କ ଫର୍ମ ଦଳ ପାଇଁ ଚିନ୍ତାଜନକ ରହିଛି । ସେ ଆଜି ବି ବିଫଳ ହୋଇଛନ୍ତି ।
Comments are closed.