Latest Odisha News

BREAKING NEWS

ଆଇସିସି କ୍ରିକେଟ୍ ଆୱାର୍ଡ: ସବୁ ପୁରସ୍କାର ପୋଛିନେଲେ ଭାରତୀୟ କପ୍ତାନ ବିରାଟ କୋହଲି

ଦୁବାଇ: ଅଷ୍ଟ୍ରେଲିଆକୁ ନିଜ ମାଟିରେ ଉଭୟ ଟେଷ୍ଟ ଓ ଏକଦିବସୀୟ ଶୃଙ୍ଖଳାରେ ପରାସ୍ତ କରିବା ପରେ ଏବେ ଶକ୍ତିଶାଳୀ ଭାରତୀୟ କ୍ରିକେଟ ଦଳ ମଧ୍ୟ ଟେଷ୍ଟ ର‌୍ୟାଙ୍କିଂରେ ପ୍ରଥମ ସ୍ଥାନ ବଜାୟ ରଖିପାରିଛି । ତେବେ ସବୁଠାରୁ ଖୁସିର କଥା ହେଉଛି ଭାରତୀୟ ଦଳର କପ୍ତାନ ବିରାଟ କୋହଲୀ ଏକାକୀ ସମସ୍ତ ୫ଟି ଶ୍ରେଷ୍ଠ ଆଇସିସି ଆୱାର୍ଡ ହାତେଇ ପାରି ଏକ ରେକର୍ଡ଼ ସୃଷ୍ଟି କରିଛନ୍ତି ।

ଦୁବାଇଠାରେ ଇଣ୍ଟରନ୍ୟାସନାଲ କ୍ରିକେଟ କାଉନସିଲ (ଆଇସିସି)ର ସଦ୍ୟ ପ୍ରକାଶିତ ପୁରସ୍କାର ଅନୁଯାୟୀ ଟିମ୍ ଇଣ୍ଡିଆ କପ୍ତାନ ବିରାଟ କୋହଲୀ ଏକ ସଙ୍ଗରେ ଯେଉଁ ୫ଟି ବଡ଼ ବଡ଼ ଆୱାର୍ଡ଼ ହାସଲ କରିବାକୁ ସକ୍ଷମ ହୋଇଛିନ୍ତ ସେଗୁଡ଼ିକ ହେଲା ଯଥାକ୍ରମେ –

୧ – ଆଇସିସି ମେନସ କ୍ରିକେଟର ଅଫ ଦି ଇୟର ଆୱାର୍ଡ
୨ – ଆଇସିସି ମେନସ ଟେଷ୍ଟ କ୍ରିକେଟର ଅଫ ଦି ଇୟର ଆୱାର୍ଡ
୩ – ଆଇସିସି ମେନସ ଦିନିକିଆ କ୍ରିକେଟର ଅଫ ଦି ଇୟର ଆୱାର୍ଡ
୪ – କ୍ୟାପଟେନ ଅଫ ଆଇସିସି ଟେଷ୍ଟ ଟିମ୍ ଅଫ ଦି ଇୟର ଆୱାର୍ଡ
୫ – କ୍ୟାପଟେନ ଅଫ ଦିନିକିଆ ଟେଷ୍ଟ ଟିମ୍ ଅଫ ଦି ଇୟର ଆୱାର୍ଡ

ଖାଲି ସେତିକି ନୁହେଁ, ବରଂ ବିରାଟ କୋହଲୀ ମଧ୍ୟ ଶ୍ରେଷ୍ଠ ୧୦ ଜଣ ଶ୍ରେଷ୍ଠ ଟେଷ୍ଟ ବ୍ୟାଟସମ୍ୟାନଙ୍କ ମଧ୍ୟରେ ୧ନଂ ର‌୍ୟାଙ୍କରେ ରହିଛନ୍ତି ।

ଇଣ୍ଟରନ୍ୟାସନାଲ କ୍ରିକେଟ କାଉନସିଲ (ଆଇସିସି) ଦ୍ୱାରା ୨୦୧୮ ମସିହା ଜାନୁଆରୀ ୧ ତାରିଖରୁ ଡ଼ିସେମ୍ବର ୩୧ ତାରିଖ ୨୦୧୮ ମସିହା ମଧ୍ୟରେ ଖେଳାଯାଇଥିବା ସମସ୍ତ ମ୍ୟାଚଗୁଡ଼ିକର ଫଳାଫଳ ଓ ସ୍କୋରର ମାନଦଣ୍ଡକୁ ଦୃଷ୍ଟିରେ ରଖି ଏହି ଆୱାର୍ଡ଼ ଘୋଷିତ ହୋଇଛି ।

Leave A Reply

Your email address will not be published.