Latest Odisha News

BREAKING NEWS

Road Accident:କାର୍ ସହ ଧକ୍କାରେ ୨ ବାଇକ୍ ଆରୋହୀ ଯୁବକ ମୃତ

କେନ୍ଦୁଝର:ରବିବାର ମଧ୍ୟାହ୍ନରେ ଏକ କାର ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି । ତେଲକୋଇ ଥାନା ଅନ୍ତର୍ଗତ ଗୋଳବନ୍ଧ ଗ୍ରାମ ଛକ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।

ମୃତକ ହେଲେ ତେଲକୋଇ ଥାନା ସିରିଗିଡ଼ା ଗ୍ରାମର ମହେଶ୍ବର ନାୟକ(୩୪) ଓ ପଡ଼ୋଶୀ ଢେଙ୍କାନାଳ ଜିଲା ମହାବିରୋଡ ଥାନା ତୁରୁଡ଼ା ନାଳି ଗ୍ରାମର ଜିତୁ ନାୟକ (୨୪) । କାର୍‌ ଚାଳକ ଦେବଗଡ଼ କଲା ଗ୍ରାମର ଶୁଭାଶିଷ ଦଳ ବେହେରା ଆହତ ହୋଇଛନ୍ତି।

ଗାଡ଼ି ଦୁଇଟିକୁ ଜବତ କରି ତଦନ୍ତ ଆରମ୍ଭ କରିଛି ତେଲକୋଇ ପୋଲିସ ।

ଶୁଭାଶିଷ (ଓଡି ୧୪ଇ ୬୮୬୮) ନମ୍ବର କାର୍‌ ଯୋଗେ ତେଲକୋଇ ଅଭିମୁଖେ ଆସୁଥିବା ବେଳେ (ଓଡି ୧୯ଆର ୫୫୮୯) ମୋଟର ସାଇକେଲ ଯୋଗେ ମହେଶ୍ୱର ଓ ଜିତୁ ତେଲକୋଇ ପଟୁ ଜଗମୋହନପୁର୍‌ ଗ୍ରାମ ଆଡ଼କୁ ଯାଉଥିଲେ। ମଧ୍ୟାହ୍ନରେ ଗୋଲାବନ୍ଧ ଛକ ନିକଟରେ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ବାଇକଆରୋହୀ ଦ୍ବୟଙ୍କୁ ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ତେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅବସ୍ଥା ସଙ୍କଟାପନ୍ନ ଥିବାରୁ ସଙ୍ଗେ ସଙ୍ଗେ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର ହୋଇଥିଲେ। ତେବେ ସେଠାରେ ଉଭୟଙ୍କର ମୃତ୍ୟୁ ହୋଇଛି ।

Comments are closed.