Latest Odisha News

BREAKING NEWS

ଚଳନ୍ତା କାରରେ ନିଆଁ; ଅଳ୍ପକେ ବର୍ତ୍ତିଲେ ୪ ଯାତ୍ରୀ

ଭୁବନେଶ୍ବର: ଭୁବନେଶ୍ଵର ଟଙ୍କପାଣି ରାସ୍ତାରେ ଯାଉଥିବା ଏକ କାର୍ ରେ ହଠାତ୍ ନିଆଁ ଲାଗି ଯାଇଥିବା ଦେଖିବାକୁ ମିଳିଥିଲା । ଦେଖୁ ଦେଖୁ କାରଟି ସଂପୂର୍ଣ୍ଣ ଜଲିଗଲା ।

ମିଳିଥିବା ସୂଚନା ଅନୁସାରେ, କାରଟିରେ ଗୋଟିଏ ପରିବାରର ୪ ଜଣ ଲୋକ ଥିଲେ । ନିଆଁ ଲାଗିବା ପରେ କାରରୁ ସମସ୍ତ ଚାରି ଜଣ ବାହାରକୁ ବାହାରି ଆସିଥିଲେ ଏବଂ ସେମାନେ ସୁରକ୍ଷିତ ଥିବା ଜଣା ପଡିଛି । ଖବର ପାଇ ଅଗ୍ନିଶମ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

ତେବେ କେଉଁ ପରିସ୍ଥିତିରେ କାର୍ ରେ ନିଆଁ ଲାଗିଲା ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ ।

Comments are closed.