Latest Odisha News

BREAKING NEWS

କନ୍ଧମାଳ: ଘାଟିକୁ ଓଲଟିଲା କାର୍, ୫ ଗୁରୁତର

କନ୍ଧମାଳ : କନ୍ଧମାଳ ଜିଲ୍ଲା ଫୁଲବାଣୀ ନିକଟସ୍ଥ ଗୁଡ୍ରିମେରା ଘାଟିରେ ଏକ କାର୍ ଭାରସାମ୍ୟ ହରାଇ ଓଲଟିବା ଫଳରେ ପ୍ରାୟ ୫ ଜଣ ଗୁରୁତର ଆହତ ହୋଇଛନ୍ତି ।

ଆହତଙ୍କ ମଧ୍ୟରେ ପୁରୀ ଜିଲ୍ଲାର ଜଗନ୍ନାଥ ସାହୁ ଏବଂ ଅନ୍ୟମାନେ ଦେବାଶିଷ ଦତ୍ତ, ସୁବର୍ଣ୍ଣ ଦତ୍ତ, ବେଲା ଦତ୍ତଏବଂ ଜଣେ ଶିଶୁ ରହିଥିବାବେଳେ ସେମାନଙ୍କ ଘର ହାୱଡା ବୋଲି ଜଣାପଡିଛି । ଅନ୍ୟଜଣେ ଆହତଙ୍କ ପରିଚୟ ଜଣାପଡିନାହିଁ ।

ମିଳିଥିବା ସୂଚନାନୁଯାୟୀ ଏହି ସମସ୍ତ ବ୍ୟକ୍ତିମାନେ ବ୍ରାହ୍ମଣୀଗାଁ ଅଭିମେୁଖେ ଯାଉଥିବା ଜଣାପଡିଛି । ଏହି ଗୁଡ୍ରିମେରା ଘାଟି ନିକଟରେ କାର୍ ଯାଉଥିବା ବେଳେ କୌଣସି କାରଣବଶତଃ ଡ୍ରାଇଭର ଜଣକ ଭାରସାମ୍ୟ ହରାଇବାରୁ ଗାଡିଟି ଘାଟି ତଳକୁ ଓଲଟି ପଡିଥିଲା । ଏହି ଦୁର୍ଘଟଣା ପରେ ସ୍ଥାନୀୟ ବାସିନ୍ଦା ସଙ୍ଗେସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ପୋଲିସକୁ ସୂଚନା ଦେଇଥିଲେ ।

ଖବର ପାଇ ଦାରିଙ୍ଗବାଡି ଥାନାର ଭାରପ୍ରାପ୍ତ ପୋଲିସ ଅଧିକାରୀ ଅଲେଖ ଗରଡିଆ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିଥିଲେ ।

ପରବର୍ତ୍ତୀ ସମୟରେ ପୋଲିସ ସମସ୍ତ ଆହତଙ୍କୁ ଚିକିତ୍ସା ନିମନ୍ତେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଆହତଙ୍କୁ ପ୍ରଥମେ ଏମକେସିଜି ମେଡିକାଲ ଏବଂ ପରେପରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

Leave A Reply

Your email address will not be published.