Latest Odisha News

BREAKING NEWS

କାର ଦୁର୍ଘଟଣାରେ ଜଣେ ମୃତ, ସାଉଥ୍-କୋ କନିଷ୍ଠ ଯନ୍ତ୍ରୀଙ୍କ ସମେତ ୨ ଗୁରୁତର

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ୧୬ ନମ୍ବର ଜାତୀୟ ରାଜପଥ ନିକଟରେ କାର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଉଭୟ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଭୁବନେଶ୍ୱରରୁ ପାରଳାଖେମୁଣ୍ଡି ଯାଉଥିବା ବେଳେ କାରର ଚକା ହଠାତ୍ ଫାଟି ଯାଇଥିଲା । ଫଳରେ କାରଟି ଓଲଟି ପଡ଼ିବାରୁ ଜଣଙ୍କର ମୃତ୍ୟୁ ହୋଇଛି ।

ମୃତକ ଜଣଙ୍କ ଟାଙ୍ଗୀ ଅଞ୍ଚଳର ସାଜିତ ବୋଲି ଜଣାପଡ଼ିଛି । ଅନ୍ୟ ୨ ଆହତ ପାରଳାଖେମୁଣ୍ଡିର ରଜତ କୁମାର ବାରିକ ଓ ଭୁବନେଶ୍ୱର ଖଣ୍ଡଗିରିର ସିଦ୍ଧାର୍ଥ ପଟ୍ଟନାୟକ ବୋଲି ଜଣାପଡ଼ିଛି । ଆହତ ରଜତ ପାଳଲାଖେମୁଣ୍ଡି ସାଉଥ୍-କୋରେ କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି ।

Leave A Reply

Your email address will not be published.