Latest Odisha News

ରାସ୍ତା ଉପରେ ୩ ଫୁଟ ବନ୍ୟା ପାଣି: ସୁଅରେ ଭାସିଗଲା କାର

ପାରାଦୀପ: ଜଗତସିଂହପୁର ଜିଲ୍ଲା ପାରାଦୀପ ନିକଟ ଗଳିପୋଲରେ ଭାସିଗଲା କାର । ମହାପଦୀର ପ୍ରଖର ବନ୍ୟା ସ୍ରୋତରେ ଭାସିଗଲା ।  କାରଟି ଭାସି ଭାସି ଏକ ଶାହାଡା ଗଛରେ ଲାଗିଥିଲା  । ଜୀବନ ବିକଳରେ ଜଣେ ଯୁବକ କାରରୁ ବାହାରି ଆସିଥିଲେ ।  ଶାହାଡ଼ା ଗଛକୁ ଚଢ଼ି ଯାଇଥିଲେ । ଅନ୍ୟ ଜଣେ କାର ଉପରେ ଛିଡା ହୋଇ ରହିଥିଲେ ଆଉ ଉଦ୍ଧାର ପାଇଁ ଆକୁଳ ଚିତ୍କାର କରୁଥିଲେ ।  ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା ରାହାମା ବଜାର ହରିପୁର ନିକଟରେ । 

ମହାନଦୀର  ବନ୍ୟା ପାଣି  ରାହାମା-ହରିପୁର ରାସ୍ତାକୁ ବୁଡାଇ ଦେଇଛି । ଏହି ରାସ୍ତାରେ  ୩ରୁ ୪ ପୁଟ୍‌ ଉଚ୍ଚରେ ବନ୍ୟା ପାଣି ପ୍ରବାହିତ ହେଉଛି। ଆଜି ଅପରାହ୍ନରେ ଘଟିଥିଲା ଏହି ଅଘଟଣ । ହରିପୁର ଅଭିମୁଖେ ଯାଉଥିଲବା ଏକ କାର ରାସ୍ତା ମଝିରେ ଥିବା ଏକ ତଳିଆ ପୋଲରେ ଫସି ଯାଇଥିଲା।  ଉଛୁଳା ବନ୍ୟାପାଣିରେ କାରଟି ରାସ୍ତା ପାର ହେଉଥିବାବେଳେ ସୁଅରେ ଭାସି ଯାଇଥିଲା । ସୁଅ ଏତେ ପ୍ରଖର ଥିଲା ଯେ କାରଟି ପ୍ରାୟ ୧୦୦ ମିଟର ଯାଏ ଭାସି ଯାଇଥିଲା ।

ଭାଗ୍ୟକୁ କାରଟି ଯାଇ ଏକ ଶାହାଡା ଗଛରେ ଲାଗିଥିଲା । କାରରୁ କୌଣସି ପ୍ରକାରେ ବାହାରି ଜଣେ ଯୁବକ ଶାହାଡା ଗଛରେ ଚଢି ଯାଇଥିବାବେଳେ ଅନ୍ୟ ଜଣେ କାର ଉପରେ ଛିଡା ହୋଇଥିଲେ । ଉଦ୍ଧାର ପାଇଁ ଆକୁଳ ଚିତ୍କାର କରୁଥିଲେ । ଶେଷରେ ଅଗ୍ନିଶମ ଓ ଓଡ୍ରାଫ ଟିମ ପହଞ୍ଚି ଦୁଇ ଯୁବକଙ୍କୁ ଉଦ୍ଧାର କରିଥିଲେ ।

 

Comments are closed.