ବାଲେଶ୍ୱର: ନାଳରେ ଭାସୁଛି ସାର୍କର ମୃତଦେହ । ବିରାଟକାୟ ସାର୍କ । ବାଲେଶ୍ୱର ଜିଲ୍ଲା ଖଣ୍ଟପଡ଼ା ଥାନା ଅନ୍ତର୍ଗାତ କଣ୍ଟିଆଚେରା ଗାଁ ନିକଟ ନାଳରେ ସାର୍କରୁ ମୃତଦେହ ଦେଖିବାକୁ ମିଳିଛି । ଆଜି ସକାଳେ ସମୁଦ୍ରକୁ ସଂଯୋଗ କରୁଥିବା ନାଳରେ ସାର୍କର ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ । ଖବର ଜଣା ପଡ଼ିବା ପରେ ସାର୍କକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ହୋଇଛି ।

ମୃତ ସାର୍କର ଲମ୍ୱ ୧୦ ଫୁଟ୍ ଓ ଓଜନ ୫ କ୍ୱିଣ୍ଟାଲ୍ରୁ ଅଧିକ ହେବ । ସମୁଦ୍ରକୁ ସଂଯୋଗ କରୁଥିବା ନାଳକୁ ସାର୍କଟି କେମିତି ଆସିଲା ଓ ଏହାର କିଭଳି ମୃତ୍ୟୁ ହେଲା ତାହା ଅସ୍ପଷ୍ଟ ରହିଛି । ପୂର୍ବରୁ ତାଳପଦାରେ ଏକ ବିରାଟକାୟ ସାର୍କର ମୃତଦେହ ଉଦ୍ଧାର ହୋଇଥିଲା । ବାରମ୍ବାର ସାର୍କର ମୃତଦେହ ଉଦ୍ଧାର ଘଟଣା ପରିବେଶବିତଙ୍କୁ ଚିନ୍ତିତ କରିଛି ।
BREAKING NEWS
- ରାହୁଲ ଗାନ୍ଧୀଙ୍କୁ ରିଲଞ୍ଚ କରିବା ପାଇଁ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି ବିରୋଧୀ, ଇଣ୍ଡିଆ ମେଣ୍ଟ ଉପରେ ବର୍ଷିଲେ ସମ୍ବିତ
- ପୀତବାସ ପଣ୍ଡା ହତ୍ୟା ମାମଲା: ସାକ୍ଷୀଙ୍କୁ ଧମକାଇବା ଅଭିଯୋଗ, ଥାନାରେ ହାଜର ହେଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା
- ଅଧିକ ସୁରକ୍ଷିତ ଓ ସୁଦୃଢ଼ ଭିତ୍ତିଭୂମି ନିର୍ମାଣ ପାଇଁ ଅଗ୍ନି ପ୍ରତିରୋଧୀ ଷ୍ଟ୍ରକ୍ଚରାଲ୍ ଷ୍ଟିଲ୍ ବିକଶିତ କଲା ଟାଟା ଷ୍ଟିଲ୍
- ସୌମ୍ୟରଞ୍ଜନ ହତ୍ୟା ମାମଲା: DGP କହିଲେ, ସମ୍ପୂର୍ଣ୍ଣ ସତ୍ୟ ସାମ୍ନାକୁ ଆସିବା ପର୍ଯ୍ୟନ୍ତ ଜାରି ରହିବ ତଦନ୍ତ
- ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି; ବିରୋଧୀଙ୍କ ପ୍ରତିବାଦରେ ସାମିଲ ବିଜେଡି
- ଆସନ୍ତା ୩ ଦିନ ଯାଏଁ ଭିଜିବ ଓଡ଼ିଶା; ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
- ନିର୍ବାଚନକୁ ନେଇ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟରେ ଉତ୍ତେଜନା, ୯ ଅଟକ
- ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ; ଅରବିନ୍ଦ ମହାନ୍ତିଙ୍କୁ ଗିରଫ କଲା ଭିଜିଲାନ୍ସ
- SIR ବିରୋଧରେ ଦିଲ୍ଲୀରେ ବିରୋଧୀଙ୍କ ବଡ଼ ମାର୍ଚ୍ଚ; ରାହୁଲ-ପ୍ରିୟଙ୍କାଙ୍କ ସମେତ ଅନେକ ନେତା ଅଟକ, CECଙ୍କ ଇସ୍ତଫା ଦାବି
- ନାଇଜେରିଆରେ ବିମାନ ଦୁର୍ଘଟଣାଗ୍ରସ୍ତ, ଚାଲିଗଲା ୩୨ ଜୀବନ

Comments are closed.