Latest Odisha News

BREAKING NEWS

ନାଳରେ ଭାସୁଛି ବିରାଟକାୟ ସାର୍କର ମୃତଦେହ

ବାଲେଶ୍ୱର: ନାଳରେ ଭାସୁଛି ସାର୍କର ମୃତଦେହ । ବିରାଟକାୟ ସାର୍କ । ବାଲେଶ୍ୱର ଜିଲ୍ଲା ଖଣ୍ଟପଡ଼ା ଥାନା ଅନ୍ତର୍ଗାତ କଣ୍ଟିଆଚେରା ଗାଁ ନିକଟ ନାଳରେ ସାର୍କରୁ ମୃତଦେହ ଦେଖିବାକୁ ମିଳିଛି । ଆଜି ସକାଳେ ସମୁଦ୍ରକୁ ସଂଯୋଗ କରୁଥିବା ନାଳରେ ସାର୍କର ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ । ଖବର ଜଣା ପଡ଼ିବା ପରେ ସାର୍କକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ହୋଇଛି ।

ମୃତ ସାର୍କର ଲମ୍ୱ ୧୦ ଫୁଟ୍‌ ଓ ଓଜନ ୫ କ୍ୱିଣ୍ଟାଲ୍‌ରୁ ଅଧିକ ହେବ । ସମୁଦ୍ରକୁ ସଂଯୋଗ କରୁଥିବା ନାଳକୁ ସାର୍କଟି କେମିତି ଆସିଲା ଓ ଏହାର କିଭଳି ମୃତ୍ୟୁ ହେଲା ତାହା ଅସ୍ପଷ୍ଟ ରହିଛି । ପୂର୍ବରୁ ତାଳପଦାରେ ଏକ ବିରାଟକାୟ ସାର୍କର ମୃତଦେହ ଉଦ୍ଧାର ହୋଇଥିଲା । ବାରମ୍ବାର ସାର୍କର ମୃତଦେହ ଉଦ୍ଧାର ଘଟଣା ପରିବେଶବିତଙ୍କୁ ଚିନ୍ତିତ କରିଛି ।

BjdElectrycity
Leave A Reply

Your email address will not be published.