ମେଲବୋର୍ଣ୍ଣ: ନୋଭାକ ଜୋକୋଭିଚଙ୍କୁ ହରାଇ କାର୍ଲସ ଆଲକାରଜ ଅଷ୍ଟ୍ରେଲିଆ ଓପନ ଟେନିସ ଟୁର୍ଣ୍ଣାମେଂଟର ପୁରୁଷ ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି । ସ୍ପେନର ଯୁବ ଖେଳାଳି ଆଲକାରଜ ୨-୬, ୬-୨, ୬-୩ ଓ ୭-୫ ସେଟରେ ସର୍ବିୟାର ଷ୍ଟାର ଖେଳାଳିଙ୍କୁ ହରାଇ ଦେଇଥିଲେ । ପୁରୁଷ ଖେଳାଳି ଭାବେ ସବୁଠାରୁ କମ ବୟସ(୨୨)ରେ ସେ ସମସ୍ତ ୪ଟି( ଅଷ୍ଟ୍ରେଲିଆନ ଓପନ, ଫ୍ରେଂଚ ଓପନ, ୱିମ୍ବେଲଡେନ ଓ ୟୁଏସ ଓପନ) ଗ୍ରାଣ୍ଡ ସ୍ଲାମ ଜିତି ଇତିହାସ ରଚିଛନ୍ତି ।
ଜୋକୋଭିଚ ପ୍ରଥମ ସେଟକୁ ଜିତି ଚମତ୍କାର ଢ଼ଙ୍ଗରେ ଅଭିଯାନ ଆରମ୍ଭ କରିଥିଲେ । ମାତ୍ର ଆଲକାରଜ ଦ୍ୱିତୀୟ ସେଟକୁ ସହଜରେ ଜିତି ନେଇଥିଲେ । ଏହା ପରେ ସେ ଆଉ ପଛକୁ ଚାହିଁ ନ ଥିଲେ କିମ୍ବା ଜୋକୋଭିଚଙ୍କୁ ପ୍ରତ୍ୟାବର୍ତନର କୌଣସି ସୁଯୋଗ ଦେଇ ନ ଥିଲେ । ୫ମ ସେଟ ବେଶ ରୋମାଂଚକର ହୋଇଥିଲେ ମଧ୍ୟ ଆଲକାରାଜ ଶେଷରେ ବିଜୟୀ ହୋଇଥିଲେ । ବିଜୟୀ ଟ୍ରଫି ସହ ସେ ୨୫ କୋଟି ୨୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ପାଇଛନ୍ତି । ରନର୍ସଅପ ଜୋକୋଭିଚଙ୍କଚୁ ୧୩ କୋଟି ଟଙ୍କା ମିଳିଛି ।