Latest Odisha News

BREAKING NEWS

ପୂନର୍ବାର ହାରିଲା ପରେ ରାଗିକି ଟେବୁଲକୁ ବାଡେଇଲେ କାର୍ଲସନ

ନୂଆଦିଲ୍ଲୀ: ବିଶ୍ୱର ଏକ ନମ୍ବର ଚେସ ଖେଳାଳି ମାଗ୍ନସ କାର୍ଲସନ ବୋଧହୁଏ ପରାଜୟକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି । ପୂନର୍ବାର ତାଙ୍କର ଏକ ପ୍ରତିକ୍ରିୟା ଏବେ ଭାଇରାଲ ହେବାରେ ଲାଗିଛି । କତାରର ରାଜଧାନୀ ଦୋହାରେ ଚାଲିଥିବା ୱାର୍ଲ୍ଡ ର‌୍ୟାପିଡ ବ୍ଲିଟଜ ଚେସ ଚାମ୍ପିୟନଶିପରେ ଭାରତର ଅର୍ଜୁନ ଏରିଗେସୀ ତାଙ୍କୁ ହରାଇ ଦେଇଥିଲେ । ଏହା ପରେ କାର୍ଲସନ ରାଗିଯାଇ ଟେବୁଲ ଉପରେ ଜୋରରେ ବିଧା ମାରିଥିଲେ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଫିଡେ ମଧ୍ୟ ଏହି ଭିଡିଓକୁ ଶେୟାର କରିଥିଲା ।

ପୂର୍ବରୁ ରୁଷର ଭ୍ଲାଦିସ୍ଲାବ ଅର୍ଟମିଏବଙ୍କୁ ନିକଟରୁ ହାରିବା ପରେ ସେ ଯାଉଥିବା ବେଳେ କ୍ୟାମେରାମ୍ୟାନକୁ ଧକ୍କା ଦେଇଥିଲେ । ନରୱେ ଚେସ ଟୁର୍ଣ୍ଣାମେଂଟରେ ଭାରତର ଡି ଗୁକେଶଙ୍କ ନିକଟରୁ ପରାଜିତ ହେବା ପରେ ସେ ପ୍ରତିକ୍ରିୟାଶୀଳ ହୋଇ ପଡିଥିଲେ । ୨୨ ବର୍ଷୀୟ ଅର୍ଜୁନ ଭିନ୍ନ ଭିନ୍ନ ଫର୍ମାଟରେ କାର୍ଲସେନଙ୍କୁ ପରାସ୍ତ କରି ସାରିଛନ୍ତି । ଭାରତୀୟ ଚେସରେ ପଛକୁ ପଛ ପ୍ରତିଭାବାନ ଖେଳାଳି ବାହାରୁଥିବାରୁ ଏହା ଭବିଷ୍ୟତ ସୁରକ୍ଷିତ ବୋଲି ଅନୁମାନ କରାଯାଉଛି ।

Leave A Reply

Your email address will not be published.