Latest Odisha News

BREAKING NEWS

ସିଏଏସ କାହିଁକି ଭିନେଶଙ୍କ ଆବେଦନ ଖାରଜ କଲା ରଖିଲା ସ୍ପଷ୍ଟୀକରଣ

ନୂଆଦିଲ୍ଲୀ: ପ୍ୟାରିସ ୨୦୨୪ ଅଲିମ୍ପିକ୍ସରେ ଭାରତର ମହିଳା ରେସଲର ଭିନେଶ ଫୋଗଟ ଫାଇନାଲରେ ପ୍ରବେଶ କରିବା ସତ୍ୱେ ଅଧିକ ଓଜନ ଯୋଗୁ ଅଯୋଗ୍ୟ ଘୋଷିତ ହୋଇଥିଲେ । ଏହା ପରେ ଭିନେଶ ସିଏଏସ ନିକଟରେ ଆବେଦନ କରିଥିଲେ । ଆସନ୍ତୁ ସିଏଏସ କିପରି ଭିନେଶଙ୍କ ଦଲୀଲକୁ ଖାରଜ କରିଥିଲେ ଜାଣିବା ।

୧. ଭିନେଶ: ମୋର ଓଜନ ଠିକ ଥିଲା । ଫାଇନାଲ ପର୍ଯ୍ୟନ୍ତ କୌଣସି ପ୍ରକାରର ଅସୁବିଧା ନ ଥିଲା । ଏଥିପାଇଁ ମୋତେ ରୌପ୍ୟ ପଦକ, ପଂଏଟସ ଓ ର‌୍ୟାଙ୍କିଙ୍ଗ ପ୍ରଦାନ କରାଯାଉ ।
ସିଏଏସ: ଏହା ତର୍କପୂର୍ଣ୍ଣ । ମାତ୍ର ନିୟମ ଏହା କରିବାକୁ ଅନୁମତି ଦେଉନି । ନିୟମର ଉଲ୍ଲଂଘନ ମାନେ ଅଯୋଗ୍ୟ ।
୨. ଭିନେଶ: ପିରିୟଡର ପ୍ରଥମ ପର୍ଯ୍ୟାୟରେ ଥିଲି । ଏହା ଶରୀରର ଓଜନ ଉପରେ ପ୍ରଭାବ ପକାଇଥାଏ । ପୁରୁଷ ଏବଂ ମହିଳା ଶରୀର ମଧ୍ୟରେ ଅନ୍ତର ରହିଥାଏ । ପୂର୍ବ ଏବଂ ପର ଦିନର ଓଜନ ପ୍ରତି ଧ୍ୟାନ ଦେବା ଜରୁରୀ ।
ସିଏଏସ: ଓଜନ ବଢ଼ିବା ନେଇ ପୁରୁଷ ଓ ମହିଳା ଶରୀର ଅନ୍ତରର କୌଣସି ଉପଯୁକ୍ତ ପ୍ରମାଣ ଦିଆଯାଇ ନାହିଁ । ଏହା କାଳ୍ପନିକ ପରି ମନେ ହେଉଛି ।
୩. ଭିନେଶ: ଓଜନ କରାଯାଉଥିବା ମେଶିନରେ ଭୁଲ ଥାଇପାରେ । ଖାଲିଥିବା ବେଳେ ଏହା ୫୦ କିଗ୍ରା ଅଧିକ ଦର୍ଶାଉଥିଲା ।
ସିଏଏସ: ଯଦି ଭିନେଶଙ୍କ କଥାକୁ ସତ୍ୟ ମନେ କରାଯାଏ ତେବେ ବି ସେ ୫୦ କିଗ୍ରା ଅଧିକ ଥିଲେ । ଯାହାକି ନିୟମର ଉଲ୍ଲଂଘନ ।
୪. ଭିନେଶ: ୟୁଡବ୍ଲ୍ୟୁଡବ୍ଲ୍ୟୁ ଆର୍ଟିକିଲ ୮ ଅନୁସାରେ ଆନ୍ତର୍ଜାତୀୟ ଟୁର୍ଣ୍ଣାମେଂଟରେ ୨ କିଗ୍ରା ପର୍ଯ୍ୟନ୍ତ ଅଧିକ ଓଜନ ଗ୍ରହଣୀୟ । ଅଲିମ୍ପିକ୍ସ ଏକ ଆନ୍ତର୍ଜାତୀୟ ଇଭେଂଟ ହୋଇଥିବାରୁ ଏହି ନିୟମ ଲାଗୁ କରାଯାଉ ।

ସିଏଏସ: ଆର୍ଟିକିଲ ୮ରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ଯେ, ଅଲିମ୍ପିକ୍ସ ଗେମ୍ସକୁ ଆନ୍ତର୍ଜାତୀୟ ଟୁର୍ଣ୍ଣାମେଂଟରେ ସାମିଲ କରାଯାଇ ନାହିଁ । ଏହି ନିୟମ ଏଠାରେ ଗ୍ରହଣୀୟ ହେବନି ।
୫. ଭିନେଶ: ବିଭିନ୍ନ ବ୍ୟାକଗ୍ରାଉଣ୍ଡରୁ ଆସିଥିବା ଆଥଲେଟଙ୍କକୁ ସମସ୍ତ ନିୟମ ବିଷୟରେ ଅବଗତ ହେବା ପାଇଁ ଉପଯୁକ୍ତ ପ୍ରଶିକ୍ଷଣ ଦିଆଯାଉ ନାହିଁ । ଯାହାକି ଭୁଲ ହେବାର କାରଣ ଭାବେ ବିବେଚନା କରାଯାଇପାରେ ।
ସିଏଏସ: ଭିନେଶ ଜଣେ ଅଭିଜ୍ଞ ରେସଲର । ସେ ନିୟମ ଜାଣିଥିଲେ ଏବଂ ୫୦ କିଗ୍ରା କମାଇବା ପାଇଁ ଯଥାସମ୍ଭବ ଉଦ୍ୟମ କରିଥିଲେ ଏବଂ ଅସଫଳ ରହିଥିଲେ ।

Comments are closed.