Latest Odisha News

BREAKING NEWS

ରାହୁଲ ଗାନ୍ଧିଙ୍କ ନାଁରେ ମାମଲା ଦାୟର

ବେଙ୍ଗାଲୁରୁ: କଂଗ୍ରେସ ନେତା ରାହୁଲ ଗାନ୍ଧି ନାଁରେ ମାମଲା ରୁଜୁ । ଭାରତ ଯୋଡ ଯାତ୍ରା ସମୟରେ ବିନା ଅୁମତିରେ କନ୍ନଡ ଚଳଚ୍ଚିତ୍ର କେଜିଏଫ୍ 2 ସଙ୍ଗୀତର ବ୍ୟବହାର କରିଥିଲା କଂଗ୍ରସ  । ଏହାକୁ ନେଇ ଏମଆରଟି ମ୍ୟୁଜିକ୍ ଲେବଲ୍ ଦ୍ବାରା ଅଭିଯୋଗ ହୋଇଥିଲା । ଏନେଇ ବେଙ୍ଗାଲୁରୁ ପୋଲିସ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସମେତ ଅନ୍ୟ ୩ ଜଣ ନେତାଙ୍କ ବିରୋଧରେ ମାମଲା ରୁଜୁ କରିଛି।

ସୂଚନା ଅନୁଯାୟୀ, ଭାରତ ଯୋଡୋ ଯାତ୍ରା ସମୟରେ କପିରାଇଟ୍ ଆକ୍ଟର ଉଲ୍ଲଙ୍ଘନ କରିଛି କଂଗ୍ରେସ । ବିନା ଅନୁମତିରେ ଗୀତ ସହ ଦୁଇଟି ଭିଡିଓକୁ ପୋଷ୍ଟ କରାଯାଇଛି। ତେଣୁ, ‘କପିରାଇଟ୍ ଆକ୍ଟ’, ‘ଇନ୍‌ଫର୍ମେସନ୍ ଟେକ୍ନୋଲୋଜି ଆକ୍ଟ’ ଏବଂ ‘ଇଣ୍ଡିଆନ୍ ପେନାଲ୍‌କୋଡ୍‌’ରେ ଥିବା ବ୍ୟବସ୍ଥା ଅନୁଯାୟୀ ଶୁକ୍ରବାର ଦିନ ରାହୁଲ୍ ଗାନ୍ଧି, ଜୟରାମ ରମେଶ ଏବଂ ସୁପ୍ରିୟାଙ୍କ ବିରୋଧରେ ଯଶବନ୍ତପୁର ଥାନାରେ ‘ଏମ୍‌ଟିଆର୍‌’ ମ୍ୟୁଜିକ୍ ପରିଚାଳନା କରୁଥିବା ଏମ୍. ନବୀନ କୁମାରଙ୍କ ଅଭିଯୋଗ କରିଥିଲେ।

ଅଭିଯୋଗରେ କୁହାଯାଇଛି, “କପି ଆକ୍ଟର ଧାରା 63 ଅନୁଯାୟୀ ଏହା ଏକ ଅପରାଧ। ଇଲେକ୍ଟ୍ରୋନିକ୍ ରେକର୍ଡକୁ ପ୍ରକୃତ ଭାବରେ ଉପସ୍ଥାପନ କରିବା ଦ୍ବାରା ଲୋକଙ୍କୁ ଧୋକା ଦିଆଯାଉଛି । ” ଅଭିଯୋଗକାରୀଙ୍କ ପ୍ରତ୍ୟେକ କପିରାଇଟ୍ ସାମଗ୍ରୀ ବେଆଇନ ଭାବରେ ଗଚ୍ଛିତ, ହୋଷ୍ଟ, ଡାଉନଲୋଡ୍, ସାଇଡ୍ ଲୋଡ୍, ଅପଲୋଡ୍ ହୋଇଛି ଏବଂ କପିରାଇଟ୍ ଆକ୍ଟ, 1957 ଅନୁଯାୟୀ ସାଉଣ୍ଡ ରେକର୍ଡିଂ ଏବଂ ଅଡିଓ-ଭିଜୁଆଲ୍ ବିଷୟବସ୍ତୁର ଉଲ୍ଲଂଘନ କପି ପ୍ରସ୍ତୁତ କରାଯାଇଛି |

ସେପଟେ ଏହାକୁ ନେଇ ବିଜେପି ମଧ୍ୟ କଂଗ୍ରେସକୁ କଟାକ୍ଷ କରିଛି। ‘ଭାରତ ଯୋଡ଼ୋ ଯାତ୍ରା’ ପାଇଁ କଂଗ୍ରେସ କମ୍ପାନିର ବିନା ଅନୁମତିରେ ଫିଲ୍ମରୁ ସଙ୍ଗୀତ ଉଠାଇ ଆଣୁଛି ବୋଲି ତାତ୍ସଲ୍ୟ କରି ବିଜେପି ନେତା ଅମିତ ମାଲଭୀୟ କହିଛନ୍ତି।

Leave A Reply

Your email address will not be published.