Latest Odisha News

BREAKING NEWS

ବେଙ୍ଗାଲୁରୁରେ ଦଳାଚକଟା ଘଟଣା; ଆରସିବି ଓ କର୍ଣ୍ଣାଟକ କ୍ରିକେଟ ସଂଘ ବିରୋଧରେ ମାମଲା ରୁଜୁ 

ବେଙ୍ଗାଲୁରୁ: ଆଇପିଏଲରେ ଆରସିବି ଫାଇନାଲ ମ୍ୟାଚ୍ ଜିତିବା ଖୁସିରେ ବୁଧବାର ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ବହୁ ପରିମାଣ ରେ ପ୍ରଶଂସକ ବିଜୟ ଉତ୍ସବ ଦେଖିବାକୁ ଭିଡ ଜମାଇଥିଲେ। ଯାହା ଫଳରେ ଷ୍ଟାଡିୟମ୍ ବାହାରେ ଦଳାଚକଟା ଘଟି ୧୧ ଜଣଙ୍କର ମୃତ୍ୟୁ ହୋଇଥିବା  ବେଳେ ୩୩ ଜଣ ଆହତ ହୋଇଥିଲେ। ଏହି ଘଟଣାରେ ଆରସିବି ଏବଂ କର୍ଣ୍ଣାଟକ କ୍ରିକେଟ ସଂଘ ବିରୋଧରେ ମାମଲା ରୁଜୁ ହୋଇଛି।

ତେବେ ଏହି ଭଳି ଅପ୍ରୀତିକର ଘଟଣାକୁ ନେଇ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଦୁଃଖ ପ୍ରକାଶ କରିଛି। ଏଥିସହ ମୃତକଙ୍କ ପରିବାରକୁ ୧୦ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା ହୋଇଛି।

ଆଇପିଏଲ ୨୦୨୫ ଟାଇଟଲ୍ ଜିତିବା ପରେ ଆରସିବି ଦଳ ବୁଧବାର ବେଙ୍ଗାଲୁରୁ ପହଞ୍ଚିଥିଲା। ବିଜୟର ଖୁସି ମନାଇବା ପାଇଁ ଓ ଖେଳାଳିମାନଙ୍କୁ ସମ୍ମାନିତ କରିବା ପାଇଁ କର୍ଣ୍ଣାଟକ ସରକାର ଚିନ୍ନାସ୍ୱାମୀ ଷ୍ଟାଡିୟମ୍ ରେ ଏକ ବଡ଼ ଧରଣ ର କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। କିନ୍ତୁ ସେଠାରେ ଭିଡ଼ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା ଯାହାଫଳରେ ସେଠାରେ ଦଳାଚକଟା ଘଟିଥିଲା। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନିଜର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୧୦ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି।

ତେବେ ଏହି ଘଟଣା ରେ ଆରସିବି ମଧ୍ୟ ନିଜର ଦୁଃଖ ପ୍ରକାଶ କରି ପ୍ରଭାବିତ ପରିବାର ମାନଙ୍କ  ପ୍ରତି ଗଭୀର ସମବେଦନା ଜଣାଇଛନ୍ତି। ସେମାନେ ଆହୁରି ମଧ୍ୟ କହିଥିଲେ ଯେ ପରିସ୍ଥିତି ବିଷୟରେ ଅବଗତ ହେବା ପରେ ସେମାନେ ସ୍ଥାନୀୟ ପ୍ରଶାସକ ଙ୍କ ପରାମର୍ଶ ମାନି  ତୁରନ୍ତ ସେମାନଙ୍କର କାର୍ଯ୍ୟସୂଚୀ ରେ ପରିବର୍ତନ କରିଛନ୍ତି। ତେବେ ସେମାନେ ସମସ୍ତ ସମର୍ଥକଙ୍କୁ ସୁରକ୍ଷିତ ରହିବାକୁ ମଧ୍ୟ ଅନୁରୋଧ କରିଛନ୍ତି।

 

Comments are closed.