ଇସଲାମାବଦ: ପାକିସ୍ତାନ ତେହରିକ ଏ ଇନ୍ସାଫର ମୂଖ୍ୟ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ବିରୋଧରେ ରୁଜୁ ହୋଇଛି ମାରାତ୍ମକ କେସ । ପାକିସ୍ତାନ ଆର୍ମି ଆକ୍ଟ ୫୯, ୬୦ରେ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଏଥିରେ ଦୋଷୀ ସାବ୍ୟସ୍ତ ହେଲେ ତାଙ୍କୁ ମୃତ୍ୟୁଦଣ୍ଡ ମଧ୍ୟ ମିଳିପାରେ । ପାକିସ୍ତାନ ସେନା ମୂଖ୍ୟ ଜେନେରାଲ ଅସୀମ ମୁନୀର ଏ ନେଇ ବୟାନ ଦେବା ପରେ ଇମ୍ରାନଙ୍କ ଚିନ୍ତା ବଢ଼ିଛି । ମିଲିଟ୍ରି ସଂସ୍ଥାନ ଉପରେ ଆକ୍ରମଣ କରିବାଙ୍କ ଉପରେ ଏହି କେସ ଲାଗୁ କରାଯାଇଥାଏ । ଭାରତୀୟ ନାଗରିକ କୂଳଭୂଷଣ ଯାଦବଙ୍କ ବିରୋଧରେ ମଧ୍ୟ ଏହି ମାମଲା ରୁଜୁ କରାଯାଇଥିଲା ।
ମେ ୯ରେ ଇମ୍ରାନଙ୍କୁ ଇସଲାମବାଦ କୋର୍ଟ ନିକଟରୁ ଗିରଫ କରି ନିଆ ଯାଇଥିଲା । ଏହା ପରେ ସାରା ଦେଶରେ ହିଂସକ ପ୍ରଦର୍ଶନ ହୋଇଥିଲା । ଦେଶରେ ଅରାଜକତା ସୃଷ୍ଟି କରିବା ନେଇ ଉଦ୍ୟମ କରିଥିବା ଅପରାଧୀଙ୍କୁ କଠୋରରୁ କଠୋର ଦଣ୍ଡ ମିଳିବ ବୋଲି ମୁନୀର କହିଥିଲେ । ଇମ୍ରାନ ଉଦ୍ଦେଶ୍ୟମୂଳକ ଭାବେ ଯଦି ହିଂସାକୁ ଉସୁକାଇଥିବେ ତାହା ହେଲେ ତାଙ୍କୁ ମୃତ୍ୟୁଦଣ୍ଡ କିମ୍ବା ଆଜୀବନ କାରାଦଣ୍ଡ ମିଳିବ । କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଇମ୍ରାନଙ୍କୁ ଖଲାସ କରି ଦିଆଯାଇଛି ।
Comments are closed.