Latest Odisha News

BREAKING NEWS

ଓଲଟିଲା ପିକଅପ୍ ଭ୍ୟାନ, ନିଆଁ ଲାଗି ଗୋରୁ ଜୀବନ୍ତ ଦଗ୍ଧ

କପ୍ତିପଦା: ରାସ୍ତାକଡ଼କୁ ଓଲଟି ପଡ଼ିଲା ଗୋରୁ ବୋଝେଇ ପିକଅପ୍ ଭ୍ୟାନ ଚାହୁଁ ଚାହୁଁ ଜଳିଗଲା ପୁରା ଭ୍ୟାନ ମୟୂରଭଞ୍ଜ କପ୍ତିପଦା ଥାନା ପୋଡ଼ାଡ଼ିହା ଛକରେ ଘଟିଛି ଏହି ଘଟଣା। ଠାକୁରମୁଣ୍ଡା ଅଞ୍ଚଳରୁ ରାତିରେ ଗୋରୁ ଚୋରା ଚାଲାଣ କରୁଥିବା ଏକ ପିକଅପ୍ ଗାଡ଼ି ରାସ୍ତାକଡ଼କୁ ଓଲଟି ପଡ଼ିବା ପରେ ଭ୍ୟାନଟି ସମ୍ପୁର୍ଣ୍ଣ ଜଳିଯାଇଛି

ସୂଚନା ଅନୁସାରେ, ଗତକାଲି ରାତିରେ ଠାକୁରମୁଣ୍ଡା ଅଞ୍ଚଳରୁ ଏକ ଗୋରୁ ବୋଝେଇ ପିକଅପ୍ ଭ୍ୟାନ ଆସୁଥିଲା । ତେବେ ଗାଡିରେ ଗୋରୁ ଚୋରାଚାଲାଣ ହେଉଥିବା ନେଇ ଅଭିଯୋଗ ହୋଇଛି । ଗାଡ଼ିରେ ସମୁଦାୟ ୮ଟି ଗୋରୁ ଥିବା ବେଳେ ପୋଡାଡିହା ଛକ ନିକଟରେ ଭାରସ୍ୟାମ ହରାଇ ରାସ୍ତା କଡ଼କୁ ଓଲଟି ପଡିଥିଲା ଭ୍ୟାନଟି । ଚାହୁଁ ଚାହୁଁ ହୁତୁହୁତୁ ହୋଇ ଜଳି ଉଠିଥିଲା ଭ୍ୟାନ। ଦୁର୍ଘଟଣାରେ ଗୋଟିଏ ଗୋରୁ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ବାକି ୭ ଗୋରୁଙ୍କୁ ଉଦ୍ଧାର କରାଯାଇଛି । ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଗୋରୁମାନଙ୍କୁ ଉଦ୍ଧାର କରିଥିଲେ । ତେବେ ନିଆଁ ଲାଗିବା ପରେ ମୃତ ଗୋଟେ ଗୋରୁକୁ ଅଧା ପୋତି ଘଟଣା ସ୍ଥଳରୁ ଫେରାର ହୋଇଯାଇଛି ଗୋରୁ ମାଫିଆ । ପୋଲିସ ତଦନ୍ତ ଆରମ୍ଭ କରିଛି ।

 

Comments are closed.