Latest Odisha News

BREAKING NEWS

ସ୍କୁଲ ଭିତରେ ଭାଲୁ, ସିସିଟିଭିରେ କଏଦ ଚିତ୍ର

ମାଲକାନଗିରି: ସ୍କୁଲ ଭିତରେ ଭାଲୁ । ଗୋଟିଏ କି ଦୁଇଟି ନୁହେଁ ତିନୋଟି ଭାଲୁ ସ୍କୁଲ ହତା ଭିତରେ ପଶିଥିବା ଦେଖିବାକୁ ମିଳିଛି । ତା ପୁଣି ସିସିଟିଭିରେ କଏଦ ହୋଇଛି । ଏହି ଦୃଶ୍ୟ ହେଉଛି ମାଲକାନଗିରି ଜିଳ୍ଲା ଗୋବିନ୍ଦପାଲ୍ଲୀ ଅଞ୍ଚଳରେ ଦେଖିବାକୁ ମିଳିଛି । ଗତ କାଲି ରାତି ସମୟରେ ଏହି ତିନି ଭାଲୁ ସ୍କୁଲ ଗେଟ୍ ଦେଇ ଭିତରକୁ ପଶିଥିବାର ଦୃଶ୍ୟ ଏବେ ଭାଇରାଲ ହେବାରେ ଲାଗିଛି ।

ତେବେ ଭାଲୁ ସ୍କୁଲକୁ ପଶିଥିଲେ ବି କାହାର କୌଣସି କ୍ଷତି କରିନଥିବା ଜଣାପଡିଛି । ସେପଟେ କୌଣସି ଅଘଟଣ ଘଟିବା ପୂର୍ବରୁ ବନବିଭାଗ ପକ୍ଷରୁ ସଜାଗ ହେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

Comments are closed.