Latest Odisha News

BREAKING NEWS

ତାଲିବାନକୁ କାହିଁକି ଆଫଗାନିସ୍ତାନର ସମ୍ପତ୍ତି ଦେଉନି ଆମେରିକା; କ’ଣ ରହିଛି ଏହା ପଛର କାରଣ?

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଲୋକଙ୍କ ଅବସ୍ଥା ଦିନକୁ ଦିନ ଖରାପ ହେବାରେ ଲାଗିଛି। ଏହି ସମୟରେ, ଆଫଗାନିସ୍ତାନର ପାଣ୍ଠିରେ ଜମା ହୋଇଥିବା ୯.୫ ବିଲିୟନ ଡଲାର ଦେବାକୁ ଆମେରିକା ମନା କରିଦେଇଛି। ହ୍ବାଇଟ୍‌ ହାଉସ୍‌ ମୁଖପାତ୍ର କହିଛନ୍ତି ଯେ ଏହା ଏକ ଜଟିଳ ପ୍ରକ୍ରିୟା ଏବଂ ଆମେ ତାଲିବାନକୁ ଆଫଗାିସ୍ତାନର ସମ୍ପତ୍ତି ଦେବୁ ନାହିଁ।

ସହକର୍ମୀଙ୍କ ସହ ଆଲୋଚନା ପରେ ହିଁ ଏହି ପ୍ରସଙ୍ଗରେ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ସେପ୍ଟେମ୍ବର ୧୧ରେ ପୀଡିତଙ୍କ ପରିବାର ସେମାନଙ୍କୁ ଟଙ୍କା ଦେବାକୁ ଅନୁରୋଧ କରିଥିବାରୁ ଆମେରିକା ଏହି ପାଣ୍ଠି ଛାଡି ପାରିବ ନାହିଁ। ଏହି ନିବେଦନ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ। ଏହା ସହିତ ଆମେରିକା ଏପର୍ଯ୍ୟନ୍ତ ତାଲିବାନକୁ ଏକ ଆତଙ୍କବାଦୀ ଗୋଷ୍ଠୀ ଭାବେ ସ୍ୱୀକୃତି ଦେଇଛି ଏବଂ ଆଫଗାନିସ୍ତାନର ଇସଲାମିକ୍ ଏମିରେଟ୍ ର ଅଧିକାଂଶ ଅଧିକାରୀ ମିଳିତ ଜାତିସଂଘର ବ୍ଲାକ୍‌ ଲିଷ୍ଟରେ ଅଛନ୍ତି।

Leave A Reply

Your email address will not be published.