ବ୍ରହ୍ମପୁର: ଜନଔଷଧି କେନ୍ଦ୍ର ଖୋଲିବାକୁ ବ୍ରହ୍ମପୁରର ଜଣେ ବ୍ୟକ୍ତିଙ୍କ ଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସିବିଆଇ(କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ) ହାତରେ ଧରାପଡ଼ିଛନ୍ତି ଫାର୍ମାସିଟିକାଲ ଆଣ୍ଡ୍ ମେଡିକାଲ ଡିଭାଇସେସ୍ ବ୍ୟୁରୋ ଅଫ୍ ଇଣ୍ଡିଆର ମାର୍କେଟିଂ ଅଫିସର ସ୍ବରୂପ ପଣ୍ଡା। ସୋମବାର ସିବିଆଇର ଏକ ସ୍ବତନ୍ତ୍ର ଦଳ ବ୍ରହ୍ମପୁର ସହର ହରେକ୍ରିଷ୍ଣାନଗରରୁ ସୂରୂପଙ୍କୁ କାବୁ କରିଛି। ବର୍ତ୍ତମାନ ସୁଦ୍ଧା ସ୍ବରୂପଙ୍କ ଘରେ ଚଢଉ ଚାଲିଛି।
ମିଳିଥିବା ସୂଚନାପ୍ରକାରେ, କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧି ଯୋଜନାରେ ବ୍ରହ୍ମପୁରରେ ଏକ ଜନଔଷଧି କେନ୍ଦ୍ର ଖୋଲିବାକୁ ଏନ.ଦିବାକର ନାମକ ଜଣେ ବ୍ୟକ୍ତି ଆବେଦନ କରିଥିଲେ। ଜନଔଷଧି କେନ୍ଦ୍ର ଖୋଲିବା ଓ ତତ୍ ସମ୍ପର୍କିତ କାଗଜପତ୍ର ଯାଞ୍ଚ କରିବାକୁ ଫାର୍ମାସିଟିକାଲ ଆଣ୍ଡ୍ ମେଡିକାଲ ଡିଭାଇସେସ୍ ବ୍ୟୁରୋ ଅଫ୍ ଇଣ୍ଡିଆକୁ ଦାୟିତ୍ବ ଦିଆଯାଇଛି। ସେହିକ୍ରମରେ ଦିବାକର ଆବଶ୍ୟକୀୟ କାଗଜପତ୍ର ସହ ଏକ କେନ୍ଦ୍ର ଖୋଲିବା ପାଇଁ ଆବେଦନ କରିଥିଲେ। ମାର୍କେଟିଂ ଅଫିସର ସ୍ବରୂପ ପଣ୍ଡା ନୂତନ କେନ୍ଦ୍ର ଖୋଲିବା ସହ କାଗଜପତ୍ର ଯାଞ୍ଚ ଦାୟିତ୍ବରେ ରହିଥିବାରୁ ସେ ନୂତନ କେନ୍ଦ୍ର ପାଇଁ ଦିବାକରଙ୍କୁ ୨୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ହୋଇ ଦିବାକର ୧୫ହଜାର ଟଙ୍କା ଦେବେ ବୋଲି କହିଥିଲେ। ହେଲେ ଲାଞ୍ଚ ଟଙ୍କା ଦେବା ପୂର୍ବରୁ ଦିବାକର ଏହି ବେଆଇନ କାରବାର ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ସିବିଆଇ ନିକଟରେ ଅଭିଯୋଗ କରିଥିଲେ। ସେହିକ୍ରମରେ ସିବିଆଇର ଜଣେ ଡିଏସପିଙ୍କ ସହ ଅନ୍ୟ ଅଧିକାରୀଙ୍କୁ ନେଇ ଗଠିତ ଟିମ ଗତକାଲି ଠାରୁ ବ୍ରହ୍ମପୁରରେ ଆସି ରହିଥିଲେ। ସୋମବାର ସନ୍ଧ୍ୟାରେ ହରେକ୍ରିଷ୍ଣାନଗର ଠାରେ ଏକ ପଡିଆ ନିକଟରେ ଦିବାକରଙ୍କ ଠାରୁ ୧୫ ହଜାର ଟଙ୍କା ନେଉଥିବା ବେଳେ ସିବିଆଇ ଅଧିକାରୀମାନେ ସ୍ବରୂପଙ୍କୁ କାବୁ କରିଥିଲେ। ଲାଞ୍ଚ ଟଙ୍କା ସହ ସ୍ବରୂପଙ୍କ କାବୁ କରିବା ପରେ ସିବିଆଇ ପକ୍ଷରୁ ଦିବାକରଙ୍କ ବାସଭବନରେ ଚଢଉ କରାଯାଇଥିଲା। ସେଠାରୁ ଜନଔଷଧି ଆବେଦନ ସମ୍ପର୍କିତ କିଛି କାଗଜପତ୍ର ଜବତ କରାଯାଇଥିଲା। ସ୍ବରୁପଙ୍କ ପୂର୍ବରୁ ଅନେକ ଔଷଧ ଦୋକାନୀଙ୍କ ଠାରୁ ଏଭଳି ଲାଞ୍ଚ ନେଇଥିବା ସମ୍ପର୍କରେ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅଭିଯୋଗ ହୋଇଥିବା ଦିବାକର କହିଛନ୍ତି।
BREAKING NEWS
- ହଠାତ୍ ଆକାଶ ମାର୍ଗ ବନ୍ଦ କରିଦେଲା ଇରାନ, ଆକାଶରେ ଉଡୁଥିଲା ଇଣ୍ଡିଗୋ ବିମାନ, ଆସୁଥିଲା ଦିଲ୍ଲୀ… ଜାଣନ୍ତୁ ତା ପରେ କ’ଣ ହେଲା…
- ଯଦି ବିମାନ କମ୍ପାନୀଗୁଡ଼ିକର ବିକଳ୍ପ ଅଛି, ତେବେ ରେଳବାଇ କାହିଁକି ନୁହେଁ? ଝଟକା ବନାମ ହଲାଲ ପ୍ରସଙ୍ଗକୁ ବିଚାରକୁ ନେଲା ଏନଏଚଆରସି
- Iran Protest: ଇରାନରେ ଅଶାନ୍ତି ନେଇ ଚିନ୍ତିତ ଭାରତୀୟ ଅଭିଭାବକ, କାଶ୍ମୀର ଛାତ୍ରମାନଙ୍କୁ ଫେରାଇ ଆଣିବା ପାଇଁ ମୋଦି ସରକାରଙ୍କୁ କଲେ ଆବେଦନ…
- NIAର ନୂଆ ଡିଜି ଭାବେ ରାକେଶ ଅଗରୱାଲ ନିଯୁକ୍ତ
- US Suspended Visa: ରୁଷ ଏବଂ ଇରାନ ସମେତ ଏହି ୭୫ ଟି ଦେଶର ଲୋକ ଯାଇପାରିବେନି ଆମେରିକା, ଭିସା ଉପରେ ଲାଗିଲା ରୋକ୍…
- Odisha Highcourt: ଦୀର୍ଘ ଦିନର ଶାରୀରିକ ସମ୍ପର୍କକୁ ‘ଜବରଦସ୍ତି’ କୁହାଯିବ ନାହିଁ: ହାଇକୋର୍ଟ
- US-Denmark-Greenland Dispute: ଗ୍ରୀନଲ୍ୟାଣ୍ଡକୁ ନେଇ ବିବାଦୀୟ ବିବୃତ୍ତି ଜାରି କଲେ ଟ୍ରମ୍ପ
- ଧାନ କିଣା ସମସ୍ୟା: ୨ ଦିନିଆ ପଶ୍ଚିମ ଓଡ଼ିଶା ଗସ୍ତରେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ
- ଅସ୍ଥିର ଇରାନ: ହଠାତ୍ ବନ୍ଦ କଲା ଆକାଶ ମାର୍ଗ, ଯାତ୍ରା ପରାମର୍ଶ ଜାରି କଲେ ଏୟାର ଇଣ୍ଡିଆ ଏବଂ ଇଣ୍ଡିଗୋ
- Lingaraj Temple: ସ୍ୱାଭାବିକ ଭାବରେ ଚାଲିଲା ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
Comments are closed.