ବ୍ରହ୍ମପୁର: ଜନଔଷଧି କେନ୍ଦ୍ର ଖୋଲିବାକୁ ବ୍ରହ୍ମପୁରର ଜଣେ ବ୍ୟକ୍ତିଙ୍କ ଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସିବିଆଇ(କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ) ହାତରେ ଧରାପଡ଼ିଛନ୍ତି ଫାର୍ମାସିଟିକାଲ ଆଣ୍ଡ୍ ମେଡିକାଲ ଡିଭାଇସେସ୍ ବ୍ୟୁରୋ ଅଫ୍ ଇଣ୍ଡିଆର ମାର୍କେଟିଂ ଅଫିସର ସ୍ବରୂପ ପଣ୍ଡା। ସୋମବାର ସିବିଆଇର ଏକ ସ୍ବତନ୍ତ୍ର ଦଳ ବ୍ରହ୍ମପୁର ସହର ହରେକ୍ରିଷ୍ଣାନଗରରୁ ସୂରୂପଙ୍କୁ କାବୁ କରିଛି। ବର୍ତ୍ତମାନ ସୁଦ୍ଧା ସ୍ବରୂପଙ୍କ ଘରେ ଚଢଉ ଚାଲିଛି।
ମିଳିଥିବା ସୂଚନାପ୍ରକାରେ, କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧି ଯୋଜନାରେ ବ୍ରହ୍ମପୁରରେ ଏକ ଜନଔଷଧି କେନ୍ଦ୍ର ଖୋଲିବାକୁ ଏନ.ଦିବାକର ନାମକ ଜଣେ ବ୍ୟକ୍ତି ଆବେଦନ କରିଥିଲେ। ଜନଔଷଧି କେନ୍ଦ୍ର ଖୋଲିବା ଓ ତତ୍ ସମ୍ପର୍କିତ କାଗଜପତ୍ର ଯାଞ୍ଚ କରିବାକୁ ଫାର୍ମାସିଟିକାଲ ଆଣ୍ଡ୍ ମେଡିକାଲ ଡିଭାଇସେସ୍ ବ୍ୟୁରୋ ଅଫ୍ ଇଣ୍ଡିଆକୁ ଦାୟିତ୍ବ ଦିଆଯାଇଛି। ସେହିକ୍ରମରେ ଦିବାକର ଆବଶ୍ୟକୀୟ କାଗଜପତ୍ର ସହ ଏକ କେନ୍ଦ୍ର ଖୋଲିବା ପାଇଁ ଆବେଦନ କରିଥିଲେ। ମାର୍କେଟିଂ ଅଫିସର ସ୍ବରୂପ ପଣ୍ଡା ନୂତନ କେନ୍ଦ୍ର ଖୋଲିବା ସହ କାଗଜପତ୍ର ଯାଞ୍ଚ ଦାୟିତ୍ବରେ ରହିଥିବାରୁ ସେ ନୂତନ କେନ୍ଦ୍ର ପାଇଁ ଦିବାକରଙ୍କୁ ୨୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ହୋଇ ଦିବାକର ୧୫ହଜାର ଟଙ୍କା ଦେବେ ବୋଲି କହିଥିଲେ। ହେଲେ ଲାଞ୍ଚ ଟଙ୍କା ଦେବା ପୂର୍ବରୁ ଦିବାକର ଏହି ବେଆଇନ କାରବାର ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ସିବିଆଇ ନିକଟରେ ଅଭିଯୋଗ କରିଥିଲେ। ସେହିକ୍ରମରେ ସିବିଆଇର ଜଣେ ଡିଏସପିଙ୍କ ସହ ଅନ୍ୟ ଅଧିକାରୀଙ୍କୁ ନେଇ ଗଠିତ ଟିମ ଗତକାଲି ଠାରୁ ବ୍ରହ୍ମପୁରରେ ଆସି ରହିଥିଲେ। ସୋମବାର ସନ୍ଧ୍ୟାରେ ହରେକ୍ରିଷ୍ଣାନଗର ଠାରେ ଏକ ପଡିଆ ନିକଟରେ ଦିବାକରଙ୍କ ଠାରୁ ୧୫ ହଜାର ଟଙ୍କା ନେଉଥିବା ବେଳେ ସିବିଆଇ ଅଧିକାରୀମାନେ ସ୍ବରୂପଙ୍କୁ କାବୁ କରିଥିଲେ। ଲାଞ୍ଚ ଟଙ୍କା ସହ ସ୍ବରୂପଙ୍କ କାବୁ କରିବା ପରେ ସିବିଆଇ ପକ୍ଷରୁ ଦିବାକରଙ୍କ ବାସଭବନରେ ଚଢଉ କରାଯାଇଥିଲା। ସେଠାରୁ ଜନଔଷଧି ଆବେଦନ ସମ୍ପର୍କିତ କିଛି କାଗଜପତ୍ର ଜବତ କରାଯାଇଥିଲା। ସ୍ବରୁପଙ୍କ ପୂର୍ବରୁ ଅନେକ ଔଷଧ ଦୋକାନୀଙ୍କ ଠାରୁ ଏଭଳି ଲାଞ୍ଚ ନେଇଥିବା ସମ୍ପର୍କରେ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅଭିଯୋଗ ହୋଇଥିବା ଦିବାକର କହିଛନ୍ତି।
BREAKING NEWS
- ୩୩ ଜଣ ମାଓବାଦୀ ଆତ୍ମସମର୍ପଣ, ମାଓ ଡମ୍ପରୁ ୭କିଲୋ ସୁନା ସହ ୧୪ କୋଟିରୁ ଊର୍ଦ୍ଧ୍ବ…
- କାର୍ଯ୍ୟରେ ଅବହେଳା ଯୋଗୁଁ ସୁବର୍ଣ୍ଣପୁର ଡିଆରସିଏସ ନିଲମ୍ବିତ, ସୋନପୁର ଏଆସିଏସଙ୍କୁ ଅତିରିକ୍ତ ଦାୟିତ୍ୱ
- ଆଇଏଏସ ସ୍ତରରେ ଅଦଳବଦଳ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ବ…
- ଅବସର କେବେ ନେବେ କହିଲେ ସାମୀ
- ଆନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କଲେ ମିଷ୍ଟର ବ୍ୟାକହ୍ୟାଣ୍ଡ
- ୫ ଲକ୍ଷ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପୋଲିସ ହାଉସିଂ ଡେପୁଟି ମ୍ୟାନେଜର
- ଭୁବନେଶ୍ୱର ନିୟୁ ସିଟି ମାଷ୍ଟରପ୍ଲାନ୍ ପାଇଁ ଚୁକ୍ତି ସ୍ୱାକ୍ଷରିତ
- ଏପ୍ରିଲ ୧ରୁ ବଦଳିବ ନନ୍ଦନକାନନର ସମୟ ନିର୍ଘଣ୍ଟ, ପ୍ରତି ସୋମବାର ବନ୍ଦ ରହିବ ଉଭୟ ଉଦ୍ୟାନ
- ସରେଣ୍ଡର କଲେ ଦୁଇ ହାର୍ଡକୋର ମାଓବାଦୀ
- ଜୁନ ୨୬ରେ ଟିମ ଇଣ୍ଡିଆ ପକ୍ଷରୁ ପଦାର୍ପଣ ମ୍ୟାଚ ଖେଳି ପାରନ୍ତି ବୈଭବ
Comments are closed.