Latest Odisha News

ଠିକାଦାରଙ୍କ ଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ କେନ୍ଦ୍ରୀୟ ଜିଏସଟି ଅଧିକାରୀ, ମାଡି ବସିଲା ସିବିଆଇ

ଭୁବନେଶ୍ୱର: ସିବିଆଇ ଜାଲରେ ଜଣେ କେନ୍ଦ୍ରୀୟ ଜିଏସଟି ଅଧିକାରୀ। ଜଣେ ଠିକାଦାରଙ୍କ ଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସିବିଆଇ ହାତରେ ଧରା ପଡ଼ିଛନ୍ତି ବ୍ରହ୍ମପୁର ସ୍ଥିତ କେନ୍ଦ୍ରୀୟ ଜିଏସଟି କାର୍ଯ୍ୟାଳୟର ଅଧିକ୍ଷକ ମନୋଜ କୁମାର ସୁବୁଦ୍ଧି। ଲାଞ୍ଚ ନେବା ବେଳେ ସିଜିଏସଟିର ସୁପରିଟେଣ୍ଡେଣ୍ଟ ମନୋଜ କୁମାର ସୁବୁଦ୍ଧିଙ୍କୁ ଧରିଛି ସିବିଆଇ ଟିମ । ବ୍ରହ୍ମପୁର ଏବଂ କେନ୍ଦ୍ରୀୟ ଉତ୍ପାଦ ଶୁକ୍ଳ ବ୍ରହ୍ମପୁର ମଣ୍ଡଳ କାର୍ଯ୍ୟାଳୟରେ ସିବିଆଇ ରେଡ କରିଛି। ବର୍ତ୍ତମାନ ସିବିଆଇ ତାଙ୍କୁ ରିମାଣ୍ଡରେ ନେଇଛି ।

ସୂଚନା ଅନୁସାରେ ମନୋଜ କୁମାର ଜଣେ ଠିକାଦାରଙ୍କ ଜିଏସଟି ରିଫଣ୍ଡ ମୂଲ୍ୟ ବିଲ ପାସ କରିବାକୁ ୨୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ତେବେ କିସ୍ତିରେ ଏହି ଟଙ୍କା ଡିଲ୍ ହୋଇଥିଲା। ଜଣେ ଠିକାଦାରଙ୍କଠାରୁ ୧ ଲକ୍ଷ ୭୭ ହଜାର ଟଙ୍କାର ଜିଏସଟି ବିଲ୍ ରିଫଣ୍ଡ ନେଇ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିବା ବେଳେ ୧୫ ହଜାର ଟଙ୍କା ସେ ଦେଇଥିଲେ। ଏ ଟଙ୍କା ନେବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଛି।

ଏ ନେଇ ସିବିଆଇର ୧୨ ଜଣ ଅଧିକାରୀ ବ୍ରହ୍ମପୁର ଅନନ୍ତ ନଗର ସ୍ଥିତ କେନ୍ଦ୍ରୀୟ ଜିଏସଟି ଡିଭିଜନ କାର୍ଯ୍ୟାଳୟରେ ଚଢ଼ାଉ ଜାରି ରଖିଛନ୍ତି। ଜଣେ ଠିକାଦାରଙ୍କ ଜିଏସଟି ରିଫଣ୍ଡ ମୂଲ୍ୟ ବିଲ ପାସ କରିବାକୁ ଅଧିକ୍ଷକ ମନୋଜ ସୁବୁଦ୍ଧି ୨୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଶେଷରେ ୧୫ ହଜାର ଟଙ୍କାରେ ସ୍ଥିର ହୋଇଥିଲା। ଠିକାଦାର ଜଣଙ୍କ ୧୫ ହଜାର ଟଙ୍କା ଦେବା ବେଳେ ଅଧୀକ୍ଷକଙ୍କୁ ସିବିଆଇ ଅଧିକାରୀ ମାଡ଼ି ବସିଥିଲେ।

Comments are closed.