Latest Odisha News

BREAKING NEWS

ଲାଞ୍ଚୁଆ ଡାକ୍ତରଙ୍କୁ ବାନ୍ଧିଲା ପୋଲିସ; ବିଛଣା ତଳୁ ଓ ଗାଧୁଆଘରୁ ଜବତ କଲା ପୁଳା ପୁଳା ଟଙ୍କା

ପାରାଦୀପ: ଡାକ୍ତରଙ୍କ ଘରୁ ବାହାରିଲା ପୁଳା ପୁଳା ଟଙ୍କା । ସିବିଆଇ ଦେଖି ଟେରା । ବିଛଣା ତଳେ, ଗାଧୁଆଘର ଭିତରେ ଥିଲା ବିଡା ବିଡା  ଟଙ୍କା ସହ ଡଲାର । ଏଥିସହିତ ଦାମୀ ବିଦେଶୀ ମଦ, ବିଦେଶୀ ସିଗାରେଟ…ଏମିତି କେତେ କ’ଣ  । ପାରାଦୀପ ବନ୍ଦର  ସ୍ୱାସ୍ଥ୍ୟ ସଂଗଠନ ଅଧିକାରୀ ଡାକ୍ତର ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀଙ୍କ ଘରେ ସିବିଆଇ ଚଢାଉ ପରେ ବାହାରିଛି ଆଖି ଖୋସିଗଲା ପରି ସମ୍ପତ୍ତି । ଏବେ ଡାକ୍ତର ବାବୁଙ୍କୁ ବାନ୍ଧିଛି ସିବିଆଇ ।

୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ମାରାଥନ ରେଡ୍ ପରେ ଡାକ୍ତର ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀଙ୍କୁ  ଗିରଫ କରିଛି ସିବିଆଇ । ଗିରଫ ପରେ ତାଙ୍କୁ ପାରାଦୀପରୁ ଭୁବନେଶ୍ୱର ଅଣାଯାଇଛି ।

ସୂଚନାଥାଉ କି, କରୋନା କ୍ଲିୟରାନ୍ସ ସାର୍ଟିଫିକେଟ୍ ପାଇଁ ଡାକ୍ତର ରାଜେନ୍ଦ୍ର ଲାଞ୍ଚ ନେଉଥିବା ଅଭିଯୋଗରେ କାଲି ରେଡ ହାଣ୍ଡରେ ଧରାପଡିଥିଲେ । ସିବିଆଇ ତାଙ୍କୁ ୫୦ ହଜାର ଟଙ୍କା ଟଙ୍କା ଲାଞ୍ଚ ନେବାବେଳେ ଧରିଥିଲା । ସେ କଲିକତାର ଏମିଏନସପି ସିପିଂ ଏଜେନ୍ସି ଠାରୁ ଡାକ୍ତର ଆର.ଏନ ପାଣିଗ୍ରାହୀ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ।

ଧରାପଡିବା ପରେ ଗତକାଲିଠାରୁ ସିବିଆଇ ତାଙ୍କର ୪ଟି ସ୍ଥାନରେ ଚଢଉ କରିଥିଲା । ଚଢାଉ ପରେ ତାଙ୍କର ଘରୁ କୋଟିଏରୁ ଅଧିକ ଟଙ୍କାର ସମ୍ପତ୍ତି ଜବତ ହୋଇଛି । ସେହିପରି ପାରାଦୀପରେ ଥିବା ଦୁଇଟି ଘରୁ ଲକ୍ଷ ଲକ୍ଷ ଟଙ୍କାର ଦାମୀ ବିଦେଶୀ ମଦ ଓ ସିଗାରେଟ ମିଳିଛି । ପାରାଦୀପରେ ଥିବା ଦୁଇଟି ଘରେ ବିଛଣା ତଳେ ଓ ଲାଟ୍ରିନ ଘରେ ଥିବା ପାଫାପାଖି କୋଟିଏ ଟଙ୍କା ଜବତ କରିଛି ସିବିଆଇ । ଏଥିସହିତ ବିପୁଳ ପରିମାଣର ଡଲାର ସିବିଆଇ ହାତରେ ଲାଗିଥିଲା ।

ଅନ୍ୟପକ୍ଷେ ପାରାଦୀପ ଭୂୟାଁ ଛକରେ ଥିବା ଅଫିସ ଏବଂ ଜିବି କଲୋନୀରେ ଥିବା କ୍ୱାର୍ଟର, ହାଉସିଂ ବୋର୍ଡ କଲୋନୀରେ ଥିବା ଭଡା ଘରେ ମଧ୍ୟ ଚଢାଉ ଚାଲିଛି । ଚଢାଉ ବେଳେ ଦାମୀ ଗହଣା ମଧ୍ୟ ଜତବ କରିଛି ସିବିଆଇ । ଅଧିକ ତଥ୍ୟ ହାସଲ ପାଇଁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଏବଂ କମ୍ପ୍ୟୁଟର ହାର୍ଡଡିସ୍କ ସିବିଆଇ ଜବତ କରିଛି ।

ଲାଞ୍ଚଆ ଡାକ୍ତରଙ୍କୁ ଗିରଫ କରି ଅଧିକ ଜେରା କରୁଛି ସିବିଆଇ ।

Comments are closed.