Latest Odisha News

BREAKING NEWS

ବହୁ ଚର୍ଚ୍ଚିତ ସୁଶାନ୍ତ ରାଜପୁତ କେସ୍‌ର ତଦନ୍ତ ଆରମ୍ଭ କରିଛି ସିବିଆଇ, ରିୟାଙ୍କ ସମେତ ୬ଜଣଙ୍କ ନାମରେ ମାମଲା

ମୁମ୍ବାଇ: ବହୁ ଚର୍ଚ୍ଚିତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ କେସ୍‌ର ତଦନ୍ତ ଆରମ୍ଭ କରିଛି ସିବିଆଇ । ଗୁରୁବାର ସିବିଆଇ ରିୟା ଚକ୍ରବର୍ତିଙ୍କ ସମେତ ୬ଜଣଙ୍କ ନାମରେ ମାମଲା ରୁଜୁ କରିଛି । ଅନ୍ୟମାନେ ହେଲେ ଇନ୍ଦରଜିତ ଚକ୍ରବର୍ତି, ସନ୍ଧ୍ୟା ଚକ୍ରବର୍ତି, ସୌରଭ ଚକ୍ରବର୍ତି, ସାମ୍ୟୁଏଲ ମିରାଣ୍ଡା ଓ ଶ୍ରୁତି ମୋଦି । ସିବିଆଇ ଏଥିନେଇ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଛି ।

ଏହାର ନେତୃତ୍ୱ ନେବେ ଗୁଜରାଟ ଆଇପିଏସ କ୍ୟାଡର ମନୋଜ ଶଶିଧର । ଡିଆଇଜି ଗଗନଦୀପ ଗମ୍ଭୀର ଓ ଅନୀଲ ଯାଦବ ମଧ୍ୟ ଏହି ଟିମରେ ରହିଛନ୍ତି । ସୁଶାନ୍ତଙ୍କ ମୃତ୍ୟୁ ନେଇ ବିହାର ସରକାର ସୁପାରିଶ କରିଥିଲେ । ଏହି ଟିମ୍ ପୂର୍ବରୁ ବିଜୟ ମାଲ୍ୟା ଘଟଣାର ତଦନ୍ତ କରିଥିଲେ । ସୁଶାନ୍ତଙ୍କ କେସରେ ମହାରାଷ୍ଟ୍ର ପୋଲିସ ଘଂଟ ଘୋଡାଉଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା ।

Leave A Reply

Your email address will not be published.