Latest Odisha News

BREAKING NEWS

କୋଲକାତା ଦୁଷ୍କର୍ମ, ହତ୍ୟା ଘଟଣା: କଲେଜର ପୂର୍ବତନ ପ୍ରିନ୍ସିପାଲ, ୪ ଡାକ୍ତରଙ୍କ ହେବ ପଲିଗ୍ରାଫ୍‌ ଟେଷ୍ଟ

କୋଲକାତା: କୋଲକାତା ଆର୍‌ଜି କର ମେଡିକାଲ୍‌ କଲେଜ ହସ୍ପିଟାଲ୍‌ରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ, ହତ୍ୟା ଘଟଣାରେ କଲେଜର ପୂର୍ବତନ ପ୍ରିନ୍ସିପାଲ ଓ ୪ ଡାକ୍ତରଙ୍କ ହେବ ପଲିଗ୍ରାଫ୍‌ ଟେଷ୍ଟ । ପଲିଗ୍ରାଫ୍‌ ଟେଷ୍ଟ ପାଇଁ ସିଟି କୋର୍ଟଙ୍କଠୁ ଅନୁମତି ପାଇଲା ସିବିଆଇ । ମୃତ୍ୟୁ ପୂର୍ବରୁ ମହିଳା ଡାକ୍ତର ସମ୍ପୃକ୍ତ ୫ ଜଣଙ୍କ ସହ ଡିନର କରିଥିଲେ । ତେଣୁ ସନ୍ଦେହ ଘେରରେ ପ୍ରଥମେ ଏହି ୫ଜଣ ଆସୁଥିବାରୁ ତାଙ୍କର ପଲିଗ୍ରାଫ୍ ଟେଷ୍ଟ ପାଇଁ ଅନୁମତି ମାଗିଥିଲା ସିବିଆଇ ।

ଆଜି ସିବିଆଇ କୋଲକାତା ଘଟଣାରେ କଲେଜର ପୂର୍ବତନ ପ୍ରିନ୍ସପାଲ ସନ୍ଦୀପ ଘୋଷଙ୍କୁ ସ୍ଥାନୀୟ କୋର୍ଟରେ ଉପସ୍ଥାପନ କରିଥିଲା। ଏଠାରେ ସିବିଆଇ ସନ୍ଦୀପ ଘୋଷଙ୍କ ବ୍ୟତୀତ ଅନ୍ୟ ୪ ଡାକ୍ତରଙ୍କ ପଲିଗ୍ରାଫ୍ ପରୀକ୍ଷା କରିବାକୁ ଦାବି କରିଥିଲା। କୋର୍ଟ ଏହି ଦାବିକୁ ଗ୍ରହଣ କରି ପଲିଗ୍ରାଫ୍ ଟେଷ୍ଟକୁ ଅନୁମତି ଦେଇଛନ୍ତି। ସିବିଆଇ ଅଧିକାରୀ କହିଛନ୍ତି ଯେ ଘଟଣା ଦିନ ଡ୍ୟୁଟିରେ ଥିବା ସନ୍ଦୀପ ଘୋଷ ଏବଂ ଅନ୍ୟ ଚାରିଜଣ ଡାକ୍ତର ଥିଲେ। ଏପରିକି ମୃତ୍ୟୁ ପୂର୍ବରୁ ମହିଳା ଡାକ୍ତର ଜଣଙ୍କ ସମ୍ପୃକ୍ତ ୫ ଜଣଙ୍କ ସହ ଡିନର ମଧ୍ୟ କରିଥିଲେ ।

କୋଲକାତା ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ମେଡିକାଲ କଲେଜ ଏବଂ ହସ୍ପିଟାଲର ପୂର୍ବ ପ୍ରିନ୍ସିପାଲ୍ ଡାକ୍ତର ସନ୍ଦୀପ ଘୋଷଙ୍କ ଅଡୁଆ ଦିନକୁ ଦିନ ବଢ଼ିବାରେ ଲାଗିଛି । ସନ୍ଦୀପ ଘୋଷ ମିଡିଆରେ ତାଙ୍କ ବିଷୟ ଖବର ପ୍ରସାରଣ ଉପରେ ରୋକ୍ ଲଗାଇବାକୁ ହାଇକୋର୍ଟରେ ପିଟିସନ ଦାୟର କରିଥିଲେ । ମାତ୍ର ଗତକାଲି କୋର୍ଟ ତାଙ୍କ ପିଟିସନକୁ ଖାରଜ୍ କରିଥିଲେ ।

Comments are closed.