Latest Odisha News

ରେଡ୍ ବେଳେ CBI ଅଧିକାରୀଙ୍କୁ ମାଡ ମାରିଲେ ଗାଁ ଲୋକ

ଢେଙ୍କାନାଳ : ରେଡ ବେଳେ ମାଡ ଖାଇଲେ ସିବିଆଇ ଅଧିକାରୀ । ଢେଙ୍କାନାଳର ଜଣେ ଯୁବକଙ୍କ ଘରେ ସକାଳୁ ସିବିଆଇ ଛାନଭିନ କରୁିଥିଲା । ଜୁବଲି ଟାଉନ କଲୋନୀ ସାହିର ସୁରେନ୍ଦ୍ର ନାୟକ ଓରଫ ମିଥୁନଙ୍କ ଘରେ ସକାଳୁ ସିବିଆଇର ୪ ଜଣିଆ ଟିମ୍ ରେଡ୍ କରୁଥିଲା ।  ହେଲେ ଯାଞ୍ଚ କରୁଥିବା ଅଧିକାରୀ ସିବିଆଇର କୌଣସି ପରିଚୟ ପତ୍ର ଦେଖାଇ ନପାରିବାରୁ ଗାଁ ଲୋକ ଅଧିକାରୀଙ୍କୁ ତାଲା ପକାଇ ଦେଇଥିଲେ ।ଦୁଇଜଣ ଅଧିକାରୀ କଲୋନୀରୁ ବାହାରି ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ ପରେ ପୋଲିସ ପହଁଚି ସ୍ଥିତି ନିୟନ୍ତ୍ରଣ କରିଛି ।

ପୋଲିସ ସିବିଆଇ ଅଧିକାରୀଙ୍କୁ ଉଦ୍ଧାର କରି ଥାନାକୁ ନେବା ବେଳେ ଲୋକ ମାଡ ମାରିଛନ୍ତି ।ତେବେ ସିବିଆଇ ରେଡ ନେଇ ସ୍ଥାନୀୟ ଥାନାକୁ କୌଣସି ସୂଚନା ମିଳିନଥିବା ଥାନା ଅଧିକାରୀ କହିଛନ୍ତି । ସୂଚନା ଅନୁସାରେ ସୁରେନ୍ଦ୍ରଙ୍କ ଆକାଉଣ୍ଟକୁ ଲକ୍ଷାଧିକ ଟଙ୍କା ଆସିଥିବା ଅଭିଯୋଗରେ ସିବିଆଇ ଜାଣିପାରି ରେଡ କରିଥିଲା ।ଯୌନ ସଂପର୍କ ଭିଡିଓ ଅପଲୋଡ କରି  ଫରେନରୁ ଟଙ୍କା ମିଥୁନଙ୍କ ଆକାଉଣ୍ଟକୁ ଆସୁଥିଲା ।

ଅନ୍ୟ ପଟେ ଢେଙ୍କାନାଳ, ଭଦ୍ରକ ଓ ଅନୁଗୁଳରେ ମଧ୍ୟ ଆଜି ସିବିଆଇ ଟିମ୍ ରେଡ କରିଛି ।ଅନଲାଇନରେ ଶିଶୁଙ୍କୁ ଯୌନ ନିର୍ଯ୍ୟାତନା ଓ ଶୋଷଣ ଅଭିଯୋଗରେ ଦେଶର ୧୪ ଟି ସ୍ଥାନରେ ରାଜ୍ୟର ୭୬ ଟି ଜାଗାରେ ଆଜି ଏକକାଳିନ ରେଡ ମାରିଛି ସିବିଆଇ ।

Comments are closed.