Latest Odisha News

BREAKING NEWS

ଜମ୍ମୁ କଶ୍ମୀରରେ ଏସଆଇ ଭର୍ତ୍ତିରେ ଘୋଟାଲା, ବିଭିନ୍ନ ସ୍ଥାନରେ ସିବିଆଇ ରେଡ୍

କଶ୍ମୀର: ଜମ୍ମୁ କଶ୍ମୀରରେ ସବ-ଇନ୍ସପେକ୍ଟର (ଏସଆଇ) ନିଯୁକ୍ତି ଦୁର୍ନୀତି ମାମଲାରେ ସିବିଆଇ ରେଡ୍ କରିଛି । ମଙ୍ଗଳବାର ସିବିଆଇ ଦେଶର ୩୩ଟି ସ୍ଥାନରେ ଏହି ମାମଲାରେ ଚଢ଼ାଉ କରିଛି । ଯେଉଁ ସହରଗୁଡ଼ିକରେ ଏହି ଚଢ଼ାଉ ହୋଇଛି ସେଗୁଡିକ ହେଲା ଜମ୍ମୁ, ଶ୍ରୀନଗର, ଗାଜିଆବାଦ, ରେୱାରୀ, ମହେନ୍ଦ୍ରଗଡ, ଦିଲ୍ଲୀ, ଗାନ୍ଧିନଗର, ବେଙ୍ଗାଲୁରୁ।

ଜମ୍ମୁ କଶ୍ମୀରର ପୂର୍ବତନ ଏସସିବି ଅଧ୍ୟକ୍ଷ ଖାଲିଦ ଜାହଙ୍ଗୀର ଏବଂ ପରୀକ୍ଷା ନିୟନ୍ତ୍ରକ ଅଶୋକ କୁମାରଙ୍କ ଘର ପରିସରରେ ମଧ୍ୟ ଚଢାଉ ହୋଇଛି। ଏହା ସହିତ ଜାମ୍ମୁ କାଶ୍ମୀର ପୋଲିସ ଏବଂ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ ଅଧିକାରୀଙ୍କ ଠିକଣାରେ ମଧ୍ୟ ଚଢାଉ ହୋଇଛି।

ଚଳିତ ବର୍ଷ ଜୁଲାଇ ୨୨ରେ ଜାମ୍ମୁ କଶ୍ମୀର ସେବା ଚୟନ ବୋର୍ଡ ପୋଲିସର ସବ୍-ଇନ୍ସପେକ୍ଟର ପଦ ପାଇଁ ଲିଖିତ ପରୀକ୍ଷାକୁ ବାତିଲ କରିଦେଇଛି।

ଏହି ନିଯୁକ୍ତି ମାମଲାରେ ଜମ୍ମୁ କଶ୍ମୀର ସରକାରଙ୍କ ଦ୍ୱାରା ସିବିଆଇ ତଦନ୍ତ ପୂର୍ବରୁ ନିର୍ଦ୍ଦେଶ ଦିଆଯାଇଥିଲା। ଜେକେଏସଏସବି ଜମ୍ମୁ କଶ୍ମୀରର ବିଭିନ୍ନ ସ୍ଥାନରେ ୨୦୨୨ ପାଇଁ ମାର୍ଚ୍ଚ ୨୭ ୨୦୨୦ରେ ଜମ୍ମୁ କଶ୍ମୀର ପୋଲିସର ଏସଆଇ ପଦବୀ ପାଇଁ ପରୀକ୍ଷା କରିଥିଲା। ଏହି ପରୀକ୍ଷା ଓଏମଆର ଆଧାରିତ ଥିଲା। ଏହାର ଫଳାଫଳ ଜୁନ୍ ୪, ୨୦୨୨ ରେ ଘୋଷଣା କରାଯାଇଥିଲା।

ଏହି ପରୀକ୍ଷାରେ ଦୁର୍ନୀତି ଅଭିଯୋଗ ଆସିବା ପରେ ଜମ୍ମୁ କଶ୍ମୀର ସରକାର ଏକ କମିଟି ଗଠନ କରି ଏହାର ଅନ୍ତରୀଣ ତଦନ୍ତ କରିଥିଲେ। ଏହାପରେ ପରୀକ୍ଷା ପରିଚାଳନାରେ ଅନେକ ଅନିୟମିତତା ହୋଇଥିବା ସାମ୍ନାକୁ ଆସିଛି । ଏହା ସହିତ ଅପରାଧିକ ଷଡଯନ୍ତ୍ର ମାଧ୍ୟମରେ ଅନେକ ପ୍ରାର୍ଥୀଙ୍କୁ ଉପକୃତ କରିବାକୁ ଚେଷ୍ଟା କରାଯାଇଥିଲା ବୋଲି ଜଣାପଡିଛି। ଏହି ପରୀକ୍ଷା ୧୨୦୦ ପଦବୀରେ ନିଯୁକ୍ତି ପାଇଁ ରଖାଯାଇଥିଲା। ଅଗଷ୍ଟରେ ମଧ୍ୟ ସିବିଆଇରେ ଏହି ମାମଲାରେ ଚଢ଼ାଉ କରାଯାଇଥିଲା। ଏହି ମାମଲାରେ ଜମ୍ମୁ କଶ୍ମୀର ସେବା ଚୟନ ବୋର୍ଡର ସଦସ୍ୟ (ଜେ.କେ ଏସସିବି) ଙ୍କ ସମେତ ମୋଟ ୩୩ ଜଣଙ୍କୁ ସିବିଆଇ ଦ୍ୱାରା ବିଭିନ୍ନ ଅପରାଧିକ ବିଭାଗ ଅଧୀନରେ ବୁକ୍ କରାଯାଇଥିଲା।

Leave A Reply

Your email address will not be published.