Latest Odisha News

ନିଟ୍ ମାମଲା, ଗୁଜରାଟର ୭ଟି ସ୍ଥାନରେ ସିବିଆଇ ଚଢାଉ

ନୂଆଦିଲ୍ଲୀ: ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲାରେ ତଦନ୍ତ ପ୍ରକ୍ରିୟାକୁ ତ୍ବରାନ୍ବିତ କରିଛି ସିବିଆଇ ।ଗୁଜରାଟର ୪ଟି ଜିଲ୍ଲାର ୭ଟି ସ୍ଥାନରେ ସିବିଆଇ ଚଢ଼ାଉ ଜାରି ରଖିଛି। ଗୁଜରାଟର ଗୋଧ୍ରା, ଖେଡା, ଆନନ୍ଦ ଓ ଅହମ୍ମଦାବାଦରେ ସିବିଆଇ ଚଢ଼ାଉ କରିଛି।

ସେପଟେ ଏହି ମାମଲାରେ ଆଜି ଜଣେ ସାମ୍ବାଦିକଙ୍କୁ ଗିରଫ କରିଛି ସିବିଆଇ । ହଜାରୀବାଗରୁ ସାମ୍ବାଦିକ ଜମାଲୁଦ୍ଦିନଙ୍କୁ ଗିରଫ କରିଛି ସିବିଆଇ । ଏଥିସହ ଏହି ମାମଲାରେ ଗିରଫଦାରୀର ସମୁଦାୟ ସଂଖ୍ୟା ୫କୁ ବୃଦ୍ଧି ପାଇଛି।ସେମାନଙ୍କ ମଧ୍ୟରୁ ୪ଜଣଙ୍କୁ ୪ଦିନିଆ ରିମାଣ୍ଡରେ ନେବାକୁ ସିବିଆଇ ଆବେଦନ କରିଛି।

ଅନ୍ୟପଟେ ୟୁଜିସି ନେଟ୍ ପାଇଁ ନୂଆ ତାରିଖ ଘୋଷଣା କଲା ଏନଟିଏ । ଅଗଷ୍ଟ ୨୧ ରୁ ସେପ୍ଟେମ୍ବର ୪ ତାରିଖ ମଧ୍ୟରେ ହେବ ଏହି ପରୀକ୍ଷା । ଏଥିସହ ଜଏଣ୍ଟ ସିଏସଆଇଆର ୟୁଜିସି-ନେଟ୍ ତାରିଖ ମଧ୍ୟ ଘୋଷଣା ହୋଇଛି । ଜୁଲାଇ ୨୫ ରୁ ୨୭ ତାରିଖ ମଧ୍ୟରେ ପରୀକ୍ଷା କରାଯିବ ।

ସୂଚନାଯୋଗ୍ୟ ଯେ, ଗତ ମେ ୫ ତାରିଖରେ ଦେଶର ୪୭୫୦ଟି କେନ୍ଦ୍ରରେ ନିଟ୍-ୟୁଜି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ପ୍ରାୟ ୨୪ ଲକ୍ଷ ପରୀକ୍ଷାର୍ଥୀ ଅଂଶ ଗ୍ରହଣ କରିଥିଲେ। ଧାର୍ଯ୍ୟ ତାରିଖର ୧୦ ଦିନ ପୂର୍ବରୁ ଅର୍ଥାତ୍ ଜୁନ୍ ୪ ତାରିଖରେ ଫଳାଫଳ ପ୍ରକାଶ ପାଇଥିବା ବେଳେ ଏହାର କିଛି ଦିନ ପରେ ବିହାରରେ ନିଟ୍-ୟୁଜି ପେପର ଲିକ୍ ହୋଇଥିବା ଖବର ସାମ୍ନାକୁ ଆସିଥିଲା। ଏହି ମାମଲାରେ ପାଟନା ପୁଲିସ ୪ ଜଣ ପରୀକ୍ଷାର୍ଥୀଙ୍କ ସମେତ ୭ ଜଣଙ୍କୁ ଗିରଫ କରିଛି। ଗିରଫ ପ୍ରାର୍ଥୀମାନେ ଏକ ଲିଖିତ ସ୍ୱୀକାରୋକ୍ତିରେ କହିଛନ୍ତି ଯେ ପରୀକ୍ଷାର ଗୋଟିଏ ଦିନ ପୂର୍ବରୁ ସେମାନଙ୍କୁ ପ୍ରଶ୍ନପତ୍ର ପ୍ରଦାନ କରାଯାଇଥିଲା।

Leave A Reply

Your email address will not be published.