Latest Odisha News

BREAKING NEWS

ବଢ଼ିଲା ତେଜସ୍ୱୀଙ୍କ ଅଡୁଆ, ଜାମିନ ଖାରଜ କରିବା ପାଇଁ ଅନୁରୋଧ କଲା ସିବିଆଇ

ପାଟନା: ଆଇଆରସିଟିସି ସ୍କାମରେ ବିହାର ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ଅଡୁଆ ବୃଦ୍ଧି ପାଇଛି । ତାଙ୍କୁ ମିଳିଥିବା ଜାମିନକୁ ବାତିଲ କରିବା ପାଇଁ ସିବିଆଇ ଆବେଦନ କରିଛି । ରାଉସ ଆଭେନ୍ୟୁ କୋର୍ଟ ଏ ନେଇ ତେଜସ୍ୱୀଙ୍କୁ ନୋଟିସ ମଧ୍ୟ ଜାରୀ କରିଛି । ୨୦୧୮ରେ ଆଇଆରସିଟିସି ଟେଣ୍ଡର ସ୍କାମ ମାମଲାରେ ଲାଲୁ ପ୍ରସାଦ ଯାଦଭ, ରାବ୍ରୀ ଦେବୀ, ତେଜସ୍ୱୀ ଯାଦବଙ୍କ ସମେତ ୧୪ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା । ୨୦୦୪ରେ ରେଳମନ୍ତ୍ରୀ ଲାଲୁ ଯାଦବ ଏହାର ୨ଟି ହୋଟେଲକୁ ଆଇଆରସିଟିସିକୁ ସ୍ଥାନାନ୍ତର କରାଯାଇଥିଲା । ଏହାର ରକ୍ଷଣାବେକ୍ଷଣ ପାଇଁ ଟେଣ୍ଡର ମଧ୍ୟ ଡକା ଯାଇଥିଲା । ଏଥିରେ ଅନିୟମିତତା ହୋଇଥିବା ଅଭିଯୋଗ ଆସିଥିଲା ।

ସେ ସମୟରେ ତେଜସ୍ୱୀ ତାଙ୍କ ରାଜନୈତିକ କ୍ୟାରିୟର ଆରମ୍ଭ କରୁଥିଲେ । ସେ ସମୟରେ ଏହା ପ୍ରମାଣିତ ହୋଇ ଯାଇଥିଲେ ତାଙ୍କ କ୍ୟାରିୟର ଆରମ୍ଭ ହେବା ପୂର୍ବରୁ ଶେଷ ହୋଇ ଯାଇଥାନ୍ତା । ନିକଟରେ ଜେଡିୟୁ ସହ ମେଂଟ କରି ଆରଜେଡି ବିହାରରେ ସରକାର ଗଠନ କରିପାରିଛି । ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଏହାକୁ କିପରି ସାମ୍ନା କରୁଛନ୍ତି ତାହା ଦେଖିବା କଥା ।

Leave A Reply

Your email address will not be published.