Latest Odisha News

BREAKING NEWS

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ମୁମ୍ବାଇ ପୋଲିସକୁ ସିବିଆଇ ସମନ

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଉପରୁ ହଟୁନି ସସ୍‌ପେନ୍ସ । ଦିନ ଯେତେ ଗଡୁଛି ରହସ୍ୟ ସେତେ ବଢ଼ୁଛି । ସୁଶାନ୍ତଙ୍କ ମୃତ୍ୟୁ ମାମଲା ସିବିଆଇ ହାତକୁ ଗଲା ପରେ ପ୍ରତିଦିନ ନୂଆ ନୂଆ ଖିଅ ସାମ୍ନାକୁ ଆସଛି । ଆଜି ଏହି ମାମଲାରେ ମୁମ୍ବାଇ ପୋଲିସ ଯାଞ୍ଚ ଅଧିକାରୀ ଭୂଷଣ ବେଲନେକର ଓ ଜଣେ ସବଇନ୍ସପେକ୍ଟରଙ୍କୁ ସିବିଆଇ ସମନ ପଠାଇଛି । ଭୂଷଣ ବେଲନେକର ସୁଶାନ୍ତ ସିଂହ ମାମଲାର ଯାଞ୍ଚ କରୁଥିଲେ । କେନ୍ଦ୍ର ଯାଞ୍ଚ ଏଜେନ୍ସି କିଛି ଦିନ ପୂର୍ବରୁ ଅଧିକାରୀଙ୍କ ବୟାନ ରେକର୍ଡ କରିଥିଲେ । ବର୍ତ୍ତମାନ ତାଙ୍କୁ ପଚରାଉଚୁରା ପାଇଁ ସମନ ଜାରି କରାଯାଇଛି ।

ସୁଶାନ୍ତଙ୍କ ଫ୍ଲାଟରେ ରହୁଥିବା ସିଦ୍ଧାର୍ଥ ପିଠାନି, ରୋଷେଇୟା ନିରଜ ସିଂହ ଓ ତାଙ୍କ ଘରୋଇ ସହାୟକ ଦୀପକ ସାୱନ୍ତଙ୍କୁ ସିବିଆଇ ପୁଣିଥରେ ପଚରାଉଚୁରା କରିଛି । ଜଣେ ଅଧିକାରୀ କହିଛନ୍ତି ଯେ ସିଦ୍ଧାର୍ଥ, ନିରଜ ଓ ଦୀପକ ସାନ୍ତାକୃଜରେ କଲିନା ସ୍ଥିତ ଡିଆରଡିଓ ଗେଷ୍ଟ ହାଉସକୁ ପହଞ୍ଚିଥିଲେ । ମାମଲାର ଯାଞ୍ଚ କରୁଥିବା ସିବିଆଇ ଅଧିକାରୀ ସେଠାରେ ପୂର୍ବରୁ ଉପସ୍ଥିତ ଥିଲେ ।

ଏହି ତିନି ଜଣ ଜୁନ ୧୪ ତାରିଖରେ, ବାନ୍ଦ୍ରା ସ୍ଥିତ ମୋଣ୍ଟ ବ୍ଲାନ୍କ ଆପାର୍ଟମେଣ୍ଟରେ ସୁଶାନ୍ତଙ୍କ ଘରେ ଉପସ୍ଥିତ ଥିଲେ । ସେମାନେ କହିଛନ୍ତି ଯେ ସିବିଆଇ ଟିମ ସୁଶାନ୍ତ ସିଂହଙ୍କ ଆର୍ଥିକ ଲେନଦେଣ ସମ୍ପର୍କରେ ତଥ୍ୟ ଯୋଗାଡ ପାଇଁ ତାଙ୍କ ଚାର୍ଟାଡ଼ ଆକାଉଣ୍ଟାଣ୍ଟକୁ ମଧ୍ୟ ଡାକିଥିଲେ ।

ସୋମବାର ଦିନ ସିବିଆଇ ଟିମ ମୁମ୍ବାଇ ସ୍ଥିତ ରିଜୋର୍ଟକୁ ଯାଇ ଯାଞ୍ଚ କରିଥିଲେ । ଏଠାରେ ସୁଶାନ୍ତ ମାସେରୁ ଅଧିକ ଦିନ ରହିଥିଲେ । ଶୁକ୍ରବାର ଦିନ ସିବିଆଇ ଟିମ ସିଦ୍ଧାର୍ଥ, ନିରଜ ଓ ଦୀପକର ବୟାନ ରେକର୍ଡ କରିଥିଲେ । ଶନିବାର ଦିନ ଯାଞ୍ଚ ଟିମ ଏହି ୩ଜଣଙ୍କୁ ସୁଶାନ୍ତଙ୍କ ଫ୍ଲାଟକୁ ନେଇ ସେଠାରେ ଘଟଣାର ନାଟକୀୟ ପୁନରାବୃତ୍ତି କରିଥିଲେ ।

Leave A Reply

Your email address will not be published.