Latest Odisha News

ପରଲୋକରେ ‘ଛବିରାଣୀ ହତ୍ୟାକାଣ୍ଡ’ର ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଥିବା ବିଚାରପତି

ଭୁବନେଶ୍ୱର: ୮୦ ଦଶକର ବହୁ ଚର୍ଚିତ “ଛବିରାଣୀ ହତ୍ୟାକାଣ୍ଡ” ମାମଲାରେ ଅଭିଯୁକ୍ତ ମାନଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଥିବା ତତ୍କାଳୀନ କଟକ ଦୌରା ଜଜ ଶ୍ରୀ କୃଷ୍ଣ ଚନ୍ଦ୍ର କରଙ୍କର ଆଜି ଦେହାନ୍ତ ହୋଇଯାଇଛି । କେନ୍ଦ୍ରାପଡ଼ା ସାନମଙ୍ଗଳା ସ୍ଥିତ ବାସଭବନରେ ତାଙ୍କ ପରଲୋକ ହୋଇଛି । ମମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ବୟସ ହୋଇଥିଲା ।

ସ୍ୱର୍ଗତ ବିଚାରପତି କର ଛବିରାଣୀ ହତ୍ୟାକାଣ୍ଡ ଘଟଣାରେ ଦୋଷୀମାନଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଥିଲେ। ସେ ତାଙ୍କ ଜୀବନକାଳରେ ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲାର ବିଚାର କରି ରାଏ ଶଣାଇଛନ୍ତି । ଅବସର ପରେ ମଧ୍ୟ ସେ ତାଙ୍କ ଜୀବନର ଶେଷ ପର‌୍ୟ୍ୟନ୍ତ ଆଇନ ସେବାରେ ନିଜକୁ ନିଯୋଜିତ କରିଥିଲେ । ତେବେ ଆଜି ତାଙ୍କର ମୃତ୍ୟୁରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି ।

କୃଷ୍ଣଚନ୍ଦ୍ରଙ୍କ ମୃତ୍ୟୁ ଖବର ପାଇ ଶେଷ ଦର୍ଶନ ପାଇଁ ତାଙ୍କ ବସଭବନରେ ଅନେକ ମାଣ୍ୟଗଣ୍ୟ ବ୍ୟକ୍ତି ପହଂଚିଥିଲେ । ପରେ ଗାଁ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି ।

Leave A Reply

Your email address will not be published.