Latest Odisha News

BREAKING NEWS

ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ କ୍ଲିନଚିଟ୍ ମିଳିନି; ମିଥ୍ଯା ପ୍ରଚାର କରାଯାଉଛି: ଆଇନଜୀବୀ

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ସିବିଆଇ ଏକ କ୍ଲୋଜର ରିପୋର୍ଟ ଦାଖଲ କରିଛି। ଏହି ରିପୋର୍ଟକୁ ନେଇ ଦିଶା ସାଲିଆନଙ୍କ ପିତାଙ୍କ ଓକିଲ କହିଛନ୍ତି ଯେ ଆଇନ ପାଖରେ ଏସବୁର କୌଣସି ମୂଲ୍ୟ ନାହିଁ। କାରଣ କୋର୍ଟ ଚାହିଁଲେ ଏହି ମାମଲାର ତଦନ୍ତ ପାଇଁ ଆଗକୁ ନିର୍ଦ୍ଦେଶ ଦେଇପାରିବେ।

ତେବେ ଦୀଶା ସାଲିଆନଙ୍କ ପିତାଙ୍କ ଆଇନଜୀବୀ ନିଲେଶ ସି ଓଝା କହିଛନ୍ତି ଯେ କାହାକୁ କ୍ଲିନ୍ ଚିଟ୍ ମିଳିନାହିଁ ଓ ସବୁଆଡେ ମିଥ୍ୟା କଥା ପ୍ରଚାର ହେଉଛି। କ୍ଲୋଜର ରିପୋର୍ଟ ମିଳିଲା ପରେ ମଧ୍ୟ କୋର୍ଟ ହତ୍ୟା ମାମଲାର ବିଚାର କରି ଏହାର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇପାରିବେ। ଏପରିକି ଗିରଫ ପରୱାନା ମଧ୍ଯ ଜାରି କରିପାରିବେ। ଯେପରି ଆରୁଷି ତଲୱାର ମାମଲାରେ ଘଟିଥିଲା।

ତେବେ ଦିଶାଙ୍କ ପିତା ତାଙ୍କ ଝିଅର ମୃତ୍ୟୁର ସାନି ତଦନ୍ତ ଏବଂ ଉଦ୍ଧବ ଠାକରେ ଙ୍କ ବିଜେପି (UBT) ନେତା ଆଦିତ୍ୟ ଠାକରେଙ୍କ ହାତ ଥିବା ଅଭିଯୋଗ କରି ତଦନ୍ତ କରିବାକୁ ଦାବି କରିଛନ୍ତି। ଦିଶା ସାଲିଆନଙ୍କ ମୃତ୍ୟୁ ମାମଲାର ଶୁଣାଣି ପାଇଁ ବମ୍ବେ ହାଇକୋର୍ଟ ଏପ୍ରିଲ ୨ ତାରିଖକୁ ଧାର୍ଯ୍ୟ କରିଛନ୍ତି।

ତେବେ ଦିଶା ସାଲିଆନ୍ ୮ ଜୁନ୍ ୨୦୨୦ରେ ମୃତ୍ଯୁବରଣ କରିଥିବାବେଳେ ଏହାର ୬ ଦିନ ପରେ ଅର୍ଥାତ୍ ୧୪ ଜୁନ୍ ୨୦୨୦ରେ ଅଭିନେତା ସୁଶାନ୍ତ ସିଂହ ରାଜପୁତ୍ ତାଙ୍କ ବାନ୍ଦ୍ରା ଫ୍ଲାଟରେ ମୃତ ଅବସ୍ଥାରେ ମିଳିଥିଲେ। ଏହା ପଛରେ ବହୁ ବଡବଡିଆ ଦାୟୀ ନେଇ ଅଭିଯୋଗ ପରେ ତଦନ୍ତ ସିବିଆଇକୁ ହସ୍ତାନ୍ତର କରାଯାଇଥିଲା।

Comments are closed.