ପୁରୀ: ଖାଲି ପଡ଼ିଛି ଅଫିସ୍ । ଚ୍ୟାମ୍ବରରେ ନାହାଁନ୍ତି ସହକାରୀ ଯନ୍ତ୍ରୀ । ଯାହାର ଫାଇଦା ନେଇ ପୁରୀ ସଦର ବ୍ଲକ ସହକାରୀ ଯନ୍ତ୍ରୀଙ୍କ ଚ୍ୟାମ୍ବରରୁ ଫାଇଲ୍ ଚୋରି କରି ନେଇଛନ୍ତି ବ୍ୟକ୍ତି ଜଣଙ୍କ । ମାର୍ଚ୍ଚ ୧୭ ତାରିଖ ସନ୍ଧ୍ୟା ୬ଟା ସମୟରେ ସହକାରୀ ଯନ୍ତ୍ରୀଙ୍କ ଚ୍ୟାମ୍ବରରୁ ଫାଇଲ୍ ଚୋରି ହୋଇଥିବା ବେଳେ ଏନେଇ ସମୁଦ୍ରକୂଳ ଥାନାରେ ଏତଲା ଦେଇଛନ୍ତି କର୍ତ୍ତୃପକ୍ଷ ।
ସିସିଟିଭି ଫୁଟେଜ ଆଧାରରେ ପୋଲିସ ଯାଞ୍ଚ କରୁଥିବା ବେଳେ ଏଯାଏ ଅଭିଯୁକ୍ତକୁ ଚିହ୍ନଟ କରାଯାଇ ପାରିନି । ୧୭ ତାରିଖରୁ ଫାଇଲ୍ ଚୋରି ହୋଇଥିବା ବେଳେ ୩୦ ତାରିଖରେ ଏତଲା ଦିଆଯାଇଥିବାରୁ ଅଧିକାରୀଙ୍କ ଭୂମିକାକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟ ହୋଇଛି ।
ଏତଲା ଦେଇ ବିଡିଓ ଚୁପ୍ ବସିଥିବା ବେଳେ ଫାଇଲ୍ ଚୋରିକୁ ଦୁର୍ଭାଗ୍ୟଜନକ କହିଛନ୍ତି ପୁରୀ ଜିଲ୍ଲାପାଳ । ଚୋରି ନେଇ ଜିଲ୍ଲାପାଳ, ବିଡିଓଙ୍କୁ ରିପୋର୍ଟ ମାଗିଥିବା ବେଳେ ସମ୍ପୃକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି । କେରାଣ୍ଡିପୁର ପଞ୍ଚାୟତ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଉନ୍ନୟନ ମୂଳକ କାମର କାର୍ଯ୍ୟାଦେଶ ସମ୍ପର୍କିତ ଫାଇଲ୍ ଚୋରି ପରେ ଦିନ ଗଡ଼ୁଥିବା ବେଳେ ସନ୍ଦେହ ବଢ଼ିବାରେ ଲାଗିଛି ।
Comments are closed.