ବ୍ରହ୍ମପୁର: କୁକୁରକୁ ହାଣି ଆତଙ୍କ ଖେଳାଇଲେ ୮ ଦୁର୍ବୃତ୍ତ । ଟାଉନ ଥାନା ଗାନ୍ଧୀନଗର ଲାଇନ-୭ରେ ଦୁର୍ବୃତ୍ତଙ୍କ ଗୁଣ୍ଡାରାଜ । କୁକୁରକୁ ଜଣଙ୍କ ପରେ ଜଣେ ହାଣିବାର ଭିଜୁଆଲ ସିସିଟିଭିରେ କଏଦ୍ । ତେବେ କାହିଁକି ରାସ୍ତାରେ ଶୋଇଥିବା କୁକୁରକୁ ହାଣିଲେ ସେନେଇ କୌଣସି ସୁଚନା ମିଳିପାରିନାହିଁ ।
ସୂଚନା ଅନୁସାରେ, ଗତକାଲି ଭୋର ସମୟରେ ୩ ଜଣ ଦୁର୍ବୃତ୍ତ ଖଣ୍ଡା ଧରି ବ୍ରହ୍ମପୁର ଗାନ୍ଧି ନଗର ସପ୍ତମ ଲାଇନ ଦେଇ ଯାଉଥିଲେ। ଏହି ସମୟରେ କଲୋନୀରେ ଥିବା କିଛି ବୁଲା କୁକୁର ସେମାନଙ୍କୁ ଦେଖି ଜୋରରେ ଭୋକିଥିଲେ। କୁକୁର ଭୋକୁଥିବା ଦେଖି ଦୁର୍ବୃତ୍ତମାନେ ରାଗକୁ କାବୁ କରିପାରିନଥିଲେ । ଉତ୍ୟକ୍ତ ହୋଇ ଗାଡ଼ିରୁ ଓହ୍ଲାଇ ଆସି ଦୁଇ ଜଣ ଯୁବକ ଏକ ଖଣ୍ଡାରେ କୁକୁରକୁ ହାଣି ଚାଲିଲେ । ଜୀବନ ବିକଳରେ କୁକୁରମାନେ ଦୌଡ଼ିବାକୁ ଲାଗିଥିଲା। ତଥାପି ଦୁର୍ବୃତ୍ତଙ୍କ ରାଗ ଶାନ୍ତ ହୋଇନଥିଲା । ଗୋଡ଼ାଇ ଗୋଡ଼ାଇ ଅନ୍ୟ କୁକୁର ମାନଙ୍କୁ ମଧ୍ୟ ହାଣିଥିଲେ । ଏହାପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ସିସିଟିଭିରେ ଏହି ସବୁ ଦୃଶ୍ୟ କଏଦ ହୋଇଛି। କିଛି କୁକୁରଙ୍କ ମୃତ୍ୟୁ ହୋଇଥିବା ବେଳେ କେତେ ଜଣଙ୍କର ଅବସ୍ଥା ଗୁରୁତର ରହିଛି।
Comments are closed.