Latest Odisha News

BREAKING NEWS

ଆଜି ଦିଲ୍ଲୀରେ ପହଞ୍ଚିବ ସିଡ଼ିଏସ୍ ଜେନେରାଲ ବିପିନ ରାୱତଙ୍କ ପାର୍ଥିବ ଶରୀର, ଶୁକ୍ରବାର ଅନ୍ତିମ ସଂସ୍କାର

ଦିଲ୍ଲୀ: ଆଜି ଦିଲ୍ଲୀ ଆସି ପହଞ୍ଚିବ ସିଡ଼ିଏସ୍ ଜେନେରାଲ ବିପିନ ରାୱତ ଓ ତାଙ୍କ ପତ୍ନୀଙ୍କ ପାର୍ଥିବ ଶରୀର । ସନ୍ଧ୍ୟାରେ ପ୍ରତିରକ୍ଷା ବିଭାଗର ଏକ ବିମାନରେ ଅଣାଯିବ । ବିମାନବନ୍ଦରରୁ ପାର୍ଥିବ ଶରୀରକୁ ତାଙ୍କ ବାସଭବନକୁ ନିଆଯିବ । ଆସନ୍ତାକାଲି ହେବ ଜେନେରାଲ ବିପିନ ରାୱତଙ୍କ ଅନ୍ତିମ ସଂସ୍କାର । ଦିଲ୍ଲୀ କ୍ୟାଣ୍ଟନମେଣ୍ଟରେ ଚିଫ୍ ଅଫ୍ ଡ଼ିଫେନ୍ସ ଷ୍ଟାଫ୍ ବିପିନ ରାୱତଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ । ଶୁକ୍ରବାର ଜେନେରାଲ ବିପିନ ରାୱତଙ୍କ ବାସଭବନରେ ତାଙ୍କ ପାର୍ଥିବ ଶରୀରକୁ ଅନ୍ତିମ ଦର୍ଶନ ଲାଗି ରଖାଯିବ ।

ଭାରତର ବୀର ପୁଅ ଦୁର୍ଘଟଣାରେ ପ୍ରାଣ ହରାଇବା ପରେ ଏବେ ଶୋକରେ ବୁଡ଼ିଛି ପୁରା ଦେଶ । ସକାଳ ୧୧ଟାରୁ ୨ଟା ପର୍ଯ୍ୟନ୍ତ ଶେଷ ଦର୍ଶନ କରିପାରିବେ ଲୋକେ । ଏହାପରେ ବିପିନ ରାୱତଙ୍କ ପାର୍ଥିବ ଶରୀରକୁ ନେଇ ଦିଲ୍ଲୀର କାମରାଜ ନଗରଠାରୁ ବାର୍ ସ୍କୋୟେରା ପର୍ଯ୍ୟନ୍ତ ଶୋଭାଯାତ୍ରା କରାଯିବ । ବାର୍ ସ୍କୋୟାର ଥିବା ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହେବ । ବୁଧବାର ତାମିଲନାଡ଼ୁର କୁନ୍ନୁରରେ ହେଲିକେପ୍ଟର ଦୁର୍ଘଟଣାରେ ଜେନେରାଲ ବିପିନ ରାୱତ ଓ ତାଙ୍କ ପତ୍ନୀ ମଧୁଲିକା ରାୱତଙ୍କ ସମେତ ୧୩ଜଣଙ୍କ ମୃତ୍ୟୁ ହୋଇଛି ।

ଏହି ଦୁର୍ଘଟଣା ସମ୍ପର୍କରେ ଆଜି ସଂସଦରେ ବିବୃତି ରଖିପାରନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଅଘଟଣ ସମ୍ପର୍କରେ ଖବର ପାଇବା ପରେ ବରିଷ୍ଠ ସେନା ଅଧିକାରୀଙ୍କ ସହ ସମୀକ୍ଷା ବୈଠକ କରିବା ସହ ଜେନେରାଲ ରାୱତଙ୍କ ଦିଲ୍ଲୀସ୍ଥିତ ସରକାରୀ ବାସଭବନକୁ ଯାଇଥିଲେ । ଜେନେରାଲ ରାୱତଙ୍କ ବିୟୋଗରେ ଉତ୍ତରାଖଣ୍ଡ ସରକାର ୩ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି ।

Leave A Reply

Your email address will not be published.